ଝାରବନ୍ଧ,୯।୬(ଡି.ଏନ୍.ଏ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ। ଶିକ୍ଷକମାନଙ୍କ ବକେୟା ଦରମା ବିଲ୍ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ବରଗଡ଼ ଜିଲା ଝାରବନ୍ଧ ବ୍ଲକର ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇଙ୍କୁ ଧରିଛି ଭିଜିଲାନ୍ସ।
ସୂଚନାନୁସାରେ, ଗତମାସ ୨୫ ତାରିଖ ବିଇଓ ଭୋଇ ସ୍କୁଲ ପରିଦର୍ଶନ ପାଇଁ ଡୁଙ୍ଗୁରିପାଲି ସ୍କୁଲ ଯାଇଥିଲେ । ସ୍କୁଲରେ କୌଣସି ଶିକ୍ଷକ ନ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗୋଟିଏ ଦିନର ଦରମା ବନ୍ଦ କରିଥିଲେ। ତେବେ ଏହି ଦରମା କରିବା ପାଇଁ ପ୍ରତ୍ୟେକ ଶିକ୍ଷକଙ୍କଠାରୁ ୧ହଜାର ଟଙ୍କା ଲାଞ୍ଚ ଦେବା ପାଇଁ ଶିକ୍ଷକଙ୍କୁ କହିଥିଲେ। ଏ ନେଇ ପ୍ରଧାନ ଶିକ୍ଷକ ତ୍ରିନାଥ ସେଠ ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ।