Categories: Uncategorized

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକମାନଙ୍କ ନ୍ୟାଶନାଲ ପେନସନ ସ୍କିମର ୨୦ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଣ କରି ବିଇଓ ନିଜ ଆକାଉଣ୍ଟକୁ ନେଇଥିଲେ ଏବଂ ଉକ୍ତ ଅର୍ଥକୁ ଏକ ଶେୟାର ମାର୍କେଟରେ ବିନିଯୋଗ କରିଥିଲେ। ସରକାରୀ ଅର୍ଥ ତୋଷାରପାତ ହୋଇଥିବା ଭିଜିଲାନ୍ସ ଜାଣିପାରି ତାଙ୍କ ବିରୋଧରେ ଏକ ମାମଲା (୬/୨୪)ରୁଜୁ କରିଥିଲା। ଦାରିଙ୍ଗବାଡି ବିଇଓ ରସାନନ୍ଦ କରଙ୍କୁ ଭିଜିଲାନ୍ସ ଅଟକ ରଖି ପଚରା ଉଚରା କରୁଛି ବୋଲି ଭିଜିଲାନ୍ସ ଇନ୍ସପେକ୍ଟର କୁମୁଦୁନୀ ସାହୁ କହିଛନ୍ତି।