ପଟାମୁଣ୍ଡେଇ,୨୮।୪(ଡି.ଏନ୍.ଏ): ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ବ୍ଲକ ଶିକ୍ଷା ଅଧିକାରୀ । ଧରାପଡିଥିବା ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ମାନସ ଧଳ । ଏରିଅର ଟଙ୍କା କରାଇଦେବାକୁ ଶିକ୍ଷକଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା।
ସୂଚନାଯୋଗ୍ୟ, ଜଣେ ଶକ୍ଷକଙ୍କ ଏରିଅର ଟଙ୍କା ବାକି ଥିଲା । ସେ ଏନେଇ ବାରମ୍ବାରର ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖକୁ ଯାଉଥିଲେ । ବ୍ଲକ ଶିକ୍ଷାଧିକାରୀ ଜଣଙ୍କ ଟଙ୍କା ନେଇ କାମ କରିବାକୁ କହିଥିଲେ । ସେଥିପାଇଁ ସେ ୧୦ ହଜାର ଟଙ୍କା ବିଇଓଙ୍କୁ ଦେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।