ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ରାଜ୍ୟରେ ଗ୍ରାଣ୍ଡ ରିଙ୍ଗ୍ ରୋଡ୍ ଯୋଜନାର ପ୍ରଥମ କାମ ବ୍ରହ୍ମପୁର- ଜୟପୁର ଭାୟା କୋରାପୁଟ ଏକ୍ସପ୍ରେସ ହାଇଓ୍ବେ ନିର୍ମାଣ କରାଯିବ। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଞ୍ଜାମ ଜିଲା ଗସ୍ତରେ ଆସିଥିବାବେଳେ ଛତ୍ରପୁରଠାରେ ଏହି ସୂଚନା ଦେଇଛନ୍ତି। ଆସନ୍ତା ୨ରୁ ୩ମାସ ମଧ୍ୟରେ ଏହାର ଶିଳାନ୍ୟାସ ହେବ। ଏହାଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଯିବା ପାଇଁ ୮ଘଣ୍ଟା ସମୟ ଲାଗୁଥିଲା ତାହା ସାଢ଼େ ୩ ଘଣ୍ଟା ହେବ। ଏହି ରାସ୍ତା ବାଣିଜ୍ୟ ପରିବହନ ସମେତ ଜୟପୁର, କୋରାପୁଟ ସହିତ ଗୋପାଳପୁର ପୋର୍ଟ ଏବଂ ବ୍ରହ୍ମପୁର ସହରକୁ ଗମନାଗମନ ସୁବିଧାଜନକ ହେବ।