ଡାକ୍ତରଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଜଣେ ଆସିଷ୍ଟାଣ୍ଟ ପ୍ରଫେସର-୩ ସିନିୟର ରେସିଣ୍ଟେଣ୍ଟ ଚାକିରିରୁ ବହିଷ୍କୃତ; ଜଣଙ୍କୁ ୬ ମାସ ହଷ୍ଟେଲ ମନା

ବ୍ରହ୍ମପୁର,୨୯।୧୨(ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି( ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପିଜି ଡାକ୍ତରଙ୍କୁ କିଛି ବରିଷ୍ଠ ଡ଼ାକ୍ତର ମାଡ ମାରିବା ଏଂ ଶିଶୁ ବିଭାଗ ମୁଖ୍ୟଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆକ୍ରମଣରେ ସଂପୃକ୍ତ ଥିବା ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ୩ ଜଣ ସିନିୟର୍‌ ରେସିଡେଣ୍ଟଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ଜଣେ ପିଜି ଡାକ୍ତରଙ୍କୁ ୬ ମାସ ପାଇଁ ହଷ୍ଟେଲ ମନା ହୋଇଛି । ଚାକିରିରୁ ବହିଷ୍କୃତ ହୋଇଥିବା ଡାକ୍ତର ହେଲେ ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ା. ପୁରୁଷୋତ୍ତମ ସ୍ବାଇଁ, ଏସ୍‌ଆର ଡ଼ା ଆର୍ଯ୍ୟାନ କୁମାର ମହାନ୍ତି ଓ ଡ଼ା ଚିନ୍ମୟ ପ୍ରଧାନ ଏବଂ ଶଲ୍ୟ ଚିକିତ୍ସା ବିଭାଗର ଏସ୍‌ଆର ଡ଼ା ଯଶୋବନ୍ତ ବିରା । ସେହିପରି ଅସ୍ଥିଶଲ୍ୟ ବିଭାଗ ଦ୍ୱିତୀୟ ବର୍ଷ ପିଜି ଡା ପ୍ରୀୟଜିତ ସାହୁଙ୍କୁ ୬ ମାସ ହଷ୍ଟେଲ ବାରଣ କରାଯାଇଛି।

ସୂଚନାପ୍ରକାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିଶୁ ବିଭାଗର ପିଜି ଡାକ୍ତର ଭି. ରଜନୀକାନ୍ତଙ୍କୁ ଗତ ୨୧ ତାରିଖରେ ପିଜି ହଷ୍ଟେଲ-୩ କୁ ଡାକି ଉପରୋକ୍ତ ଡାକ୍ତରମାନେ ମାଡ଼ ମାରିଥିଲେ। ଏପରିକି ଶିଶୁ ବିଭାଗ ମୁଖ୍ୟ ତଥା ମେଡ଼ିକାଲ କଲେଜ ଉପାଧ୍ୟକ୍ଷ ବୁଝାସୁଝା କରିବାକୁ ଯାଇଥିବା ବେଳେ ଉପରୋକ୍ତ ଡାକ୍ତରମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣାକୁ ନେଇ କଲେଜ ଏକାଡେମୀକ୍‌ କାଉନସିଲ ବୈଠକ ବସିବା ସହ ସମସ୍ତ ଡାକ୍ତରଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri