ନୂଆଦିଲ୍ଲୀ,୨୭।୫: ଫ୍ରାନ୍ସର ଫ୍ୟାଶନ ଟାଇକୁନ ବର୍ନାଡ ଆର୍ନଲ୍ଟ(୭୨) ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ତାଙ୍କ କମ୍ପାନୀ ଏଲ୍ଭିଏମ୍ଏଚ୍ର ଶେୟାର ପ୍ରାଇସ ବଢିବାରୁ ପ୍ରଥମ ସ୍ଥାନରେ ଥିବା ଆମାଜନ ସିଇଓ ଜେଫ୍ ବେଜୋସଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ଆର୍ନଲ୍ଟଙ୍କ ସମ୍ପତ୍ତି ୧୮୬.୩ ବିଲିୟନ ଡଲାର ଛୁଇଁଛି; ଯାହା ବେଜୋସଙ୍କ ସମ୍ପତ୍ତିଠାରୁ ପ୍ରାୟ ୩୦୦ ନିୟୁତ ଡଲାର ଅଧିକ। କୋଭିଡ୍ରେ ଆର୍ନଲ୍ଟଙ୍କ ସମ୍ପତ୍ତି ୨ ଗୁଣ ବଢିଥିବା କୁହାଯାଉଛି।