Categories: ଖେଳ

ଆଇପିଏଲ୍‌ ପ୍ଲେ ଅଫ୍‌ରେ ଶ୍ରେଷ୍ଠ ବୋଲିଂ

ଚେନ୍ନାଇ, ୨୫ା୫: ଆଇପିଏଲ ଏଲିମିନେଟର-୧ରେ ଅଗ୍ନିବର୍ଷୀ ବୋଲିଂ କରି ୫ ଉଇକେଟ ଅକ୍ତିଆର କରିଛନ୍ତି ଆକାଶ ମାଧଓ୍ବାଲ। ଏହା ସହିତ ପ୍ଲେ ଅଫ୍‌ର ଶ୍ରେଷ୍ଠ ବୋଲିଂ ଫିଗର ସେ ନିଜ ନାମରେ କରିଛନ୍ତି। ପ୍ରଥମ ଖେଳାଳି ଭାବରେ ମାଧଓ୍ବାଲ ୫ ଉଇକେଟ ନେଇଥିବା ବେଳେ ପୂର୍ବରୁ ଏହି ରେକର୍ଡ ଡଗ ବୋଲିଞ୍ଜରଙ୍କ ନାମରେ ରହିଥିଲା। ସେ ୧୩ ରନ୍‌ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ। ଏହି ତାଲିକାରେ ଅନୀଲ କୁମ୍ବଲେ ଦ୍ୱିତୀୟ ଓ କର୍ନ ଶର୍ମା ତୃତୀୟ ସ୍ଥାନରେ ରହିଥିଲେ। ଉଭୟ ଖେଳାଳି ୧୬ ରନ୍‌ ବ୍ୟୟରେ ୪ ଉଇକେଟ ନେଇଥିଲେ। ୨୦୧୭ର କ୍ୱାଲିଫାୟର-୨ରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ କର୍ନ ଶର୍ମା ୪ ଉଇକେଟ ନେଇଥିଲେ।

Share