Categories: ବାଣିଜ୍ୟ

ଲାଲଚାନ୍ଦରେ ସର୍ବୋତ୍କୃଷ୍ଟ ବ୍ରାଇଡାଲ କଲେକ୍ସନ

ଭୁବନେଶ୍ୱର,୨୪।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲେରି ପକ୍ଷରୁ ଭାରତର ସର୍ବୋତ୍କୃଷ୍ଟ ବ୍ରାଇଡାଲ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବିବାହ ଋତୁ ପାଇଁ ଲାଲଚାନ୍ଦ ଜୁଏଲେରିର ସୁନା, ରୁପା ଓ ହୀରା ଗହଣାର ଗଢ଼ା ମୂଲ୍ୟ ଉପରେ ଆକର୍ଷଣୀୟ ରିହାତି ସହିତ ‘ଭାରତର ସର୍ବୋତ୍କୃଷ୍ଟ ବ୍ରାଇଡାଲ ଜୁଏଲେରି ଏବେ ଆପଣଙ୍କର’ ଅଫର ଆରମ୍ଭ କରାଯାଇଛି। ସେହିଭଳି ଲାଲଚାନ୍ଦ ଜୁଏଲେରି ପକ୍ଷରୁ ଏଚ୍‌ୟୁଆଇଡି ହଲ୍‌ମାର୍କ ଯୁକ୍ତ ସୁନା ଏବଂ ସାର୍ଟିଫାଏଡ୍‌ ହୀରା ଓ ପ୍ଲାଟିନମ୍‌ ସହିତ ଶୁଦ୍ଧ ରୁପା ଗହଣାର ବ୍ରାଇଡାଲ କଲେକ୍ସନ ଉପରେ ବିଶେଷ ରିହାତି ରହିଛି। ଅପରପକ୍ଷରେ ଏଚ୍‌ୟୁଆଇଡି ହଲ୍‌ମାର୍କ ଯୁକ୍ତ ସୁନା ଗହଣା କ୍ରୟ ଉପରେ ଲାଲଚାନ୍ଦ ଜୁଏଲେରି ସର୍ବନିମ୍ନ ଗଢ଼ା ମୂଲ୍ୟ ପ୍ରଦାନ କରୁଛି, ଏପରିକି ଗଢ଼ା ମୂଲ୍ୟ ଉପରେ ଗ୍ରାମ୍‌ ପିଛା ଫ୍ଲାଟ୍‌ ୮୭୫ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ହୀରା ମୂଲ୍ୟ ଉପରେ ୨୦% ରିହାତି ରହିଛି। ସେହିପରି ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ ୫୦% ରିହାତି ରହିଥିବା ବେଳେ ମନୋନୀତ ଅନ୍ତର୍ଜାତୀୟ ବ୍ରାଣ୍ଡେଡ୍‌ ଘଣ୍ଟା ଉପରେ ଗ୍ରାହକଙ୍କୁ ଫ୍ଲାଟ ୧୦% ରିହାତି ପ୍ରଦାନ କରାଯାଇଛି। ଏହି ଅଫର୍‌ ଓଡ଼ିଶାର ସମସ୍ତ ଲାଲଚାନ୍ଦ୍‌ ଶୋ’ରୁମ୍‌ରେ ଉପଲବ୍ଧ।
ଉଲ୍ଲେଖଯୋଗ୍ୟ, ଲାଲଚାନ୍ଦ୍‌ ଶତପ୍ରତିଶତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ଏକକ ପରିଚୟ ପତ୍ର ନିୟମ ଅନୁପାଳନ କରିବା ସହ ଗ୍ରାହକଙ୍କୁ ସର୍ବୋତ୍ତମ ସପିଂର ଅଭିଜ୍ଞତା ପ୍ରଦାନ କରୁଛି। ଲାଲଚାନ୍ଦ୍‌ର ସମସ୍ତ ଅଫର୍‌ ବିନା କୌଣସି ଲୁକ୍କାୟିତ ସର୍ତ୍ତ ଉପରେ ପର୍ଯ୍ୟବସିତ ରହିଥିବା ବେଳେ ଲାଲଚାନ୍ଦ୍‌ରୁ ଗହଣା କିଣିବା ଗ୍ରାହକଙ୍କ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ବୋଲି କୁହାଯାଉଛି।

Share