କେୟାରକୁ ବେଷ୍ଟ କାର୍ଡିଓଲୋଜି ହସ୍ପିଟାଲ ସମ୍ମାନ

ଭୁବନେଶ୍ୱର,୩।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ହସ୍ପିଟାଲ ଭୁବନେଶ୍ୱରକୁ ନିକଟରେ ଆଉ ଏକ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି ଓ ଟିଭି ଓଡ଼ିଶା ବିଜ୍‌ନେସ୍‌ ଆଓ୍ବାର୍ଡ କାର୍ଯ୍ୟକ୍ରମରେ କେୟାର ହସ୍ପିଟାଲକୁ ବେଷ୍ଟ କାର୍ଡିଓଲୋଜି ହସ୍ପିଟାଲ ସମ୍ମାନରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, କାର୍ଡିଓଲୋଜି ହସ୍ପିଟାଲ କାଟାଗୋରିରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କେୟାର ହସ୍ପିଟାଲର କାର୍ଡିଓଲୋଜି ବିଭାଗ ପୁରସ୍କୃତ ହୋଇଛି। ଓଟିଭି ପକ୍ଷରୁ ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଆୟୋଜିତ ସ୍ବତନ୍ତ୍ର ସମ୍ମାନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବଲିଉଡ୍‌ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହଙ୍କଠାରୁ କେୟାର ହସ୍ପିଟାଲର ବାଣିଜି୍ୟକ ମୁଖ୍ୟ ଡ. ଲୋକନାଥ ଦାଶ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି। ଉକ୍ତ ସମାରୋହରେ ଓଟିଭିର ପ୍ରତିଷ୍ଠାତା ତଥା ଏମ୍‌ଡି ଜାଗି ମଙ୍ଗତ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଡ. ଦାଶ କହିଥିଲେ, ଏହି ସମ୍ମାନ ଓ ସ୍ବୀକୃତି ଉଭୟ ହସ୍ପିଟାଲ ଓ ଆମ ପାଇଁ ଗୌରବର ବିଷୟ ହୋଇଥିବାବେଳେ ଆଗାମୀ ଦିନରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଗୁଣାତ୍ମକ ରୋଗୀ ସେବା ଯୋଗାଇଦେବାକୁ କେୟାର ହସ୍ପିଟାଲ ପ୍ରତିଶ୍ରୁତି ବଦ୍ଧ ବୋଲି ସେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, କାର୍ଡିଓଲୋଜି ଚିକିତ୍ସା କ୍ଷେତ୍ରରେ କେୟାର ହସ୍ପିଟାଲର ଅତୁଳନୀୟ ଅବଦାନ ଏବଂ ବିଚାରକ ମଣ୍ଡଳୀ ପକ୍ଷରୁ କେୟାର ହସ୍ପିଟାଲକୁ ଉକ୍ତ ସମ୍ମାନ ପାଇଁ ମନୋନୀତ କରାଯାଇଥିବା ଓଟିଭି ପକ୍ଷରୁ କୁହାଯାଇଛି।

Share