ରାଜ୍ୟ ଶ୍ରେଷ୍ଠ କନଷ୍ଟେବଳ ସମ୍ମାନ ପାଇଲେ ସନ୍ତୋଷ ନାୟକ

ପାପଡ଼ାହାଣ୍ଡି,୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିର ସନ୍ତୋଷ ନାୟକ (ବୁଲୁ ) ରାଜ୍ୟର ଶ୍ରେଷ୍ଠ କନଷ୍ଟେବଳ ସମ୍ମାନରେ ସମ୍ମାନିତ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ଗୁରୁବାର କଟକସ୍ଥିତ ୬ଷ୍ଠ ବ୍ୟାଟେଲିଆନ ପଡ଼ିଆରେ ଆୟୋଜିତ ୮୬ତମ ପୋଲିସ ପ୍ରତିଷ୍ଠା ଦିବସରେ ଡିଜି ଅଭୟ ତାଙ୍କୁ ପୁରସ୍କୃତ କରିଛନ୍ତି। ତାଙ୍କୁ ଟଙ୍କା ସହ ଅଭିମନ୍ୟୁ ପ୍ରଧାନ ମେମୋରିଆଲ ଟ୍ରଫି ପ୍ରଦାନ କରିଛନ୍ତି । ରାଜ୍ୟ କନଷ୍ଟେବଳ ର଼୍ୟାଙ୍କରେ ସନ୍ତୋଷ ଏକ ମାତ୍ର କର୍ମଚାରୀ ଏହି ଗୌରବ ପାଇଛନ୍ତି । ନିଜର କର୍ତ୍ତବ୍ୟ ନିଷ୍ଠା ସହ ଗୁରୁଜନ ଓ ହିତାକାଂକ୍ଷୀମାନଙ୍କ ଆଶୀର୍ବାଦ ଯୋଗୁ ସେ ଆଜି ସମ୍ମାନିତ ହୋଇଥିବା କହିଛନ୍ତି।ସନ୍ତୋଷ ବର୍ତ୍ତମାନ ଜିଲା ଏସ୍‌ପି କାର୍ଯ୍ୟାଳୟରେ କାମ କରୁଛନ୍ତି। ଖବର ପାଇବା ପରେ ଜିଲାରେ ଖୁସିର ଲହରି ଖେଳିଯାଇଛି। ସନ୍ତୋଷଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Share