Categories: ଫୁରସତ

ଡଙ୍ଗା ଉପରେ କଳା ଚଷମା ପିନ୍ଧି ଏଭଳି ଗୀତ ଗାଉଥିଲେ ବ୍ୟକ୍ତି, ହଠାତ ଚାଲିଆସିଲା ବିଶାଳକାୟ ସାପ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓକୁ ଦେଖି ହସ ରୋକି ହୁଏନା। ଏବେ ସେଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯେକେହି ହସିହସି ଗଡ଼ିବେ। ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ନଜର ଆସୁଛନ୍ତି। ସେ ଡଙ୍ଗା ଉପରେ ବେଶ ଆରାମରେ ବସି ଗୀତ ଗାଉଛନ୍ତି। ଠିକ ସେତିକି ବେଳେ ତାଙ୍କ ସହ ଏଭଳି କିଛି ଘଟିଥିଲା ଯାହା ସେ ସ୍ବପ୍ନରେ କେବେ ଭାବି ନ ଥିବେ। ବାସ, ତା ପରେ ସେ ସେଠାରୁ ଦୌଡ଼ିବା ଆରମ୍ଭ କରି ଦିଅନ୍ତି।

ଭିଡିଓ ଆରମ୍ଭରେ ଜଣେ ବ୍ୟକ୍ତି କଳା ଚଷମା ଲଗାଇ ବେଶ ଆରାମରେ ନୌକା ଉପରେ ରାଜା ଭଳି ବସିଛନ୍ତି। ଗୀତ ଗାଇବାକୁ ମନ ହେବାରୁ ସେ ତାହା କରୁଛନ୍ତି। ଠିକ ସେତିକି ବେଳେ ସେଠାରେ ବିଶାଳକାୟ ସାପ ତାଙ୍କ ଉପରେ ଚାଲୁଛି। ସେ ତାହା ଜାଣି ପାରୁ ନ ଥିବାରୁ ଭିଡିଓ କରୁଥିବା ବ୍ୟକ୍ତି ତାକୁ ଦେଖି ହସୁଛନ୍ତି ।ଶେଷରେ ସାପ ତାଙ୍କ କୋଳରେ ବୋଲି ଜାଣିବା ପରେ ତାଙ୍କ ହୋସ୍‌ ଉଡିଯାଉଛି। ସେ ହଠାତ ସାପଟିକୁ ଆଡେଇ ଦେଇ ସେଠାରୁ ଦୌଡ଼ୁଛନ୍ତି।

ସୋସିଆଲ ମିଡିଆରେ ଭିଡିଓଟି ବେଶ ଭାଇରାଲ ହେଉଥିବା ବେଳେ ଅନେକେ ସାପଟିକୁ ଗୀତ ପସନ୍ଦ ଆସିଲା ନାହିଁ ବୋଲି ପ୍ରତିକ୍ରିୟା ଦେଉଛନ୍ତି।

Share