କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟ ସମ୍ମାନ

କଟକ ଅଫିସ, ୫ା୯: ଦେଶର ପ୍ରଥମ ସ୍ମାର୍ଟ ଭିଲେଜ ଭାବେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲା କଲରାବାଙ୍କଠାରେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଥିବା କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ସଫଳତା ହାସଲ କରିଛି। ଇଣ୍ଟରନ୍ୟାଶନାଲ ଏକ୍ସଲେନ୍ସ ଅନୁଷ୍ଠାନ ପକ୍ଷରୁ ବିଶ୍ୱର ଅନେକ ପ୍ରତିଷ୍ଠିତ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢୀକରଣ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମରେ ନୂତନ ଜ୍ଞାନକୌଶଳ ପ୍ରଣୟନ ଇତ୍ୟାଦି ମାପଦଣ୍ଡକୁ ବିଚାରକୁ ନିଆଯାଇ ଜୁରୀମାନଙ୍କ ଦ୍ୱାରା ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିଦ୍ୟାଳୟକୁ ଚୟନ କରାଯାଇଥିଲା। ଏହି ମର୍ମରେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲକୁ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟ ହିସାବରେ ସମ୍ମାନିତ କରାଯାଇଛି। ଉପାନ୍ତ ଅଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ପରିଚାଳନା ଦାୟିତ୍ୱ ଡ. ଇତି ସାମନ୍ତ ତୁଲାଇ ଆସୁଛନ୍ତି। ଏହି ସମ୍ମାନ ନିଶ୍ଚିତଭାବେ ଆଗାମୀ ଦିନରେ ଆମ୍ଭମାନଙ୍କୁ ଉତ୍ସାହିତ କରିବ ବୋଲି ସ୍କୁଲର ପ୍ରିନ୍ସିପାଲ ଆଶୁତୋଷ ମହାନ୍ତି କହିଛନ୍ତି। ଅନୁଷ୍ଠାନ ପକ୍ଷରୁ କୋରିଆରୁ ପଠାଯାଇଥିବା ଏହି ଆଓ୍ବାର୍ଡକୁ ରବିବାର ଇତି ସାମନ୍ତ ଗ୍ରହଣ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଜୀବନ

ନୂଆଗଡ଼,୭ା୪ (ଯୋଗ୍ୟବନ୍ତ ପରିଛା): ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ଖଜୁରିପଦା ଫାଣ୍ଡି ଅନ୍ତର୍ଗତ ସୁରଙ୍ଗି ଛକଠାରେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ...

ଶାଳକାଠ ଚୋରାଚାଲାଣବେଳେ ମାଡ଼ିବସିଲା ବନ ବିଭାଗ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନର ବଡପଶି ନିକଟରୁ ସୋମବାର ଅପରାହ୍ନ ଏକ ଶାଳ ଗଣ୍ଡି ବୋଝେଇ (ଓଡି ୧୧ଜେ୦୧୦୨...

ରାଗିକି ନିଆଁବାଣ ହେଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୪: ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ ସିଜିନ୍‌ ଆରମ୍ଭ ଖରାପ ରହିଛି। ଦଳ ଲଗାତାର ୪ ମ୍ୟାଚ ହାରିଛି। ଟ୍ରାଭିସ ହେଡ, ଇଶାନ କିଷନ,...

ବାପା ସିଲେଇ ଦୋକାନ କରି ପୋଷୁଛନ୍ତି ପେଟ, ଆଇପିଏଲ୍‌ରେ ହଇଚଇ କରୁଛନ୍ତି ପୁଅ

ନୂଆଦିଲ୍ଲୀ,୭।୪: ଆଜିକାଲି ସନରାଇଜର୍ସ ହାଇଦ୍ରାବାଦର ଲେଗ ସ୍ପିନର ଜିଶାନ ଅନସାରୀଙ୍କୁ ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ୨୫ ବର୍ଷୀୟ ଯୁବ ଲେଗ...

ସ୍ଥାନାନ୍ତର ହେବ ଆର୍ଯ୍ୟପଲ୍ଲୀ ମେରାଇନ ଥାନା

ଛତ୍ରପୁର,୭ା୪(ସନ୍ତୋଷ ପାଢ଼ୀ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବ। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ...

ରତ୍ନଭଣ୍ଡାର ଚାବି ହଜିବା ମାମଲା: ଦୁଇ ମାସ ମଧ୍ୟରେ ସାର୍ବଜନୀନ ହେବ  ତଦନ୍ତ କମିଶନଙ୍କ ରିପୋର୍ଟ

କଟକ,୭।୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି  ସୋମବାର ହାଇକୋର୍ଟରେ ହୋଇଛି। ତେବେ  ଶୁଣାଣି ସମୟରେ ତଦନ୍ତ କମିଶନଙ୍କ ରିପୋର୍ଟ ଆଗାମୀ ଦୁଇ ମାସ...

ପୁଣି କ୍ୟାନସର୍‌ ସହ ଲଢୁଛନ୍ତି ଏହି ଅଭିନେତାଙ୍କ ସ୍ତ୍ରୀ: ପୋଷ୍ଟ ଶେୟାର କରି କହିଲେ…

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ତାହିରା କଶ୍ୟପ ତାଙ୍କର ସ୍ପଷ୍ଟବାଦୀତା ପାଇଁ ଜଣାଶୁଣା। ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ...

ଗୋଟିଏ ଅଣ୍ଡାର ଦାମ୍‌ କରିଦେବ…

ଡାକ୍ତର କହନ୍ତି ‘ସଣ୍ଡେ ହୋ ୟା ମଣ୍ଡେ ରୋଜ୍‌ ଖାଓ ଅଣ୍ଡେ’। ତେଣୁ ଅନେକେ ନିଜର ପ୍ରତିଦିନର ଡାଏଟ୍‌ରେ ଅଣ୍ଡା ସାମିଲ କରିଥାନ୍ତି। ହେଲେଏମିତି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image