ଓପିଜିସିକୁ ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ପୁରସ୍କାର

ନୂଆଦିଲ୍ଲୀ,୨୪।୬: ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ(ଓପିଜିସି) ଲିମିଟେଡ୍‌କୁ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ଭାବେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏନର୍ଜି ଲିଡରଶିପ୍‌ ସମ୍ମିଳନୀ ଏବଂ ଆୱାର୍ଡ ୨୦୨୩ ପକ୍ଷରୁ ଓପିଜିସିକୁ ‘ଦ ଇକୋନୋମିକ ଟାଇମ୍ସ ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ନୂଆଦିଲ୍ଲୀସ୍ଥିତ ହ୍ୟାଟ୍‌ ରିଜେନ୍ସିଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଓପିଜିସିର ନିର୍ଦ୍ଦେଶକ (ପରିଚାଳନା) ମାନସ ରଞ୍ଜନ ରାଉତ ଉକ୍ତ ପୁରସ୍କାର ଅତିଥିଙ୍କଠାରୁ ଗ୍ରହଣ କରିଥିଲେ। ବିଶେଷକରି ଟାଇମ୍ସ ଗ୍ରୁପ୍‌ ଦ୍ୱାରା ପରିଚାଳିତ ‘ଇଟି ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ହେଉଛି ଏକ ଗୌରବମୟ ପୁରସ୍କାର। ସେହିଭଳି ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ତଥା ଆର୍ଥତ୍କ ପ୍ରଦର୍ଶନ ଦ୍ୱାରା ଗତ ୨ବର୍ଷ ମଧ୍ୟରେ ଓପିଜିସି ଅନେକ ବ୍ୟବସାୟିକ ମାଇଲଖୁଣ୍ଟ ହାସଲ କରିଛି। ଏହାକୁ ଦୃଷ୍ଟିରେ ରଖି ବିଚାରକମଣ୍ଡଳୀ ଚଳିତ ବର୍ଷ ପାଇଁ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ଶକ୍ତି ଉପତ୍ାଦନକାରୀ ସଂସ୍ଥା ମଧ୍ୟରେ ଓପିଜିସିକୁ ଚୟନ କରିଥିଲେ। ଏପରିକି ଆର୍ଥତ୍କ ପରିଚାଳନା ଏବଂ ମୂଲ୍ୟ ଅନୁକୂଳତମ ପଦକ୍ଷେପ ଦ୍ୱାରା ୨୦୨୨-୨୩ ଆର୍ଥତ୍କ ବର୍ଷରେ ଓପିଜିସି ସର୍ବୋଚ୍ଚ ୪୮% ଲାଭ ହାସଲ କରିଥିବାବେଳେ ଉନ୍ନତ ପ୍ଲାଣ୍ଟଲୋଡ୍‌ ଫ୍ୟାକ୍ଟର (ପିଏଲ୍‌ଏଫ୍‌), ସ୍ବଳ୍ପ ପରିଚାଳନା ମୂଲ୍ୟ, ଚୂଡ଼ାନ୍ତ ଟାରିଫ୍‌ ମୂଲ୍ୟ ଦ୍ୱାରା ଗତ ୩ଟି ଆର୍ଥିକ ବର୍ଷରେ କ୍ଷତି ସହି ଆସୁଥିବା କମ୍ପାନୀ ୧୧୨୬ କୋଟି ଟଙ୍କା ଲାଭ କରିଛି। ଏତଦ୍‌ବ୍ୟତୀତ ପିଏଲ୍‌ଏଫ୍‌ର ବ୍ୟବହାର ଏବଂ ଶୃଙ୍ଖଳିତ ପ୍ରକ୍ରିୟା ଉପରେ ଗୁରୁତ୍ୱ ଯୋଗୁ କମ୍ପାନୀରେ ଏକ ସୁଦୃଢ଼ ଆର୍ଥିକ ଭିତ୍ତିଭୂମିର ବିକାଶ ହୋଇପାରିଛି। ଅପରପକ୍ଷରେ ଅନ୍ୟ ଏକ ପୁରସ୍କାର ବର୍ଗରେ କମ୍ପାନୀର ସକାରାମତ୍କ ପ୍ରଭାବ ପକାଉଥିବା ତଥା ବ୍ୟବସାୟିକ ନେତୃତ୍ୱ ନେଉଥିବା କର୍ମଚାରୀ ଭାବେ ମାନସ ରଞ୍ଜନ ରାଉତଙ୍କୁ ୨୦୨୩ ବର୍ଷର ମୁଖ୍ୟ ପରିଚାଳନା (ଶକ୍ତି କ୍ଷେତ୍ର) ପାଇଁ ‘ଇଟି ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri