Categories: ବାଣିଜ୍ୟ

ଏଏସ୍‌ଡିସିକୁ ବେଷ୍ଟ ପ୍ରାକ୍ଟିସ ଇନ୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ

ଭୁବନେଶ୍ୱର,୧୬।୧୦: ଆଦାନୀ ଫାଉଣ୍ଡେଶନର ପ୍ରମୁଖ ସଂସ୍ଥା ଆଦାନୀ ସ୍କିଲ୍‌ ଡେଭେଲପମେଣ୍ଟ ସେଣ୍ଟର(ଏଏସ୍‌ଡିସି)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ପ୍ରାକ୍ଟିସ ଇନ୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ-ଟାଟା କମ୍ୟୁନିକେଶନ୍ସ ସେଣ୍ଟର ଫର୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏଏସ୍‌ଡିସିକୁ ବେଷ୍ଟ ପ୍ରାକ୍ଟିସ ଇନ୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ ଦିଆଯାଇଛି। ବିଶେଷକରି ଏଏସ୍‌ଡିସି ତା’ର ସକ୍ଷମ କାର୍ଯ୍ୟକ୍ରମ ଜରିଆରେ ନବସୃଜନର ଉତ୍କର୍ଷ ଆଣିବା ଲାଗି ସେଣ୍ଟରର ପ୍ରତିବଦ୍ଧତାର ଏହି ପୁରସ୍କାର ହେଉଛି ପ୍ରମାଣ। ଉକ୍ତ ପ୍ରକଳ୍ପରେ ୱେଲଡର, ଇଲେକ୍ଟ୍ରିସିଆନ, ଭାରିଯାନ ଚାଳକ, କ୍ରେନ ଅପରେଟର ଆଦିଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ସିମୁଲେଟର କେନ୍ଦ୍ରରେ ଅଗମେଣ୍ଟେଡ ରିଅଲିଟି (ଏଆର୍‌), ଭର୍ଚୁଆଲ ରିଅଲିଟି (ଭିଆର୍‌) ଓ ମିକ୍ସଡ ରିଅଲିଟି (ଏମ୍‌ଆର୍‌) ପ୍ରଯୁକ୍ତି ଆଦି ସାମିଲ ରହିଛି।
ଏ ସମ୍ପର୍କରେ ଏଏସ୍‌ଡିସିର ସିଓଓ ଯତୀନ ତ୍ରିବେଦୀ କହିଛନ୍ତି, ଏଭଳି ଏକ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଆମେ ବେଶ୍‌ ଉତ୍ସାହିତ । ପ୍ରଯୁକ୍ତିର ବ୍ୟବହାର ଜରିଆରେ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିର ପ୍ରସାର କରିବା ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ଏକ ରୂପାନ୍ତରିତ ଶିକ୍ଷାଗତ ଅଭିଜ୍ଞତା ସୃଷ୍ଟି କରିବାରେ ଏହା ବେଶ୍‌ ସହାୟକ ହୋଇଥିବା ବେଳେ ବିଭିନ୍ନ ଶିଳ୍ପରେ ଦକ୍ଷତା ଅନ୍ତରକୁ ଦୂର କରୁଛି, ଦକ୍ଷତା ବିକାଶ ଜରିଆରେ ଜୀବନକୁ ସମୃଦ୍ଧ କରିବାର ଲକ୍ଷ୍ୟ ପ୍ରତି ଆମେ ସଂକଳ୍ପବଦ୍ଧ ରହିଛୁ। ବିଶ୍ୱର ପ୍ରଥମ ସଂସ୍ଥା ଭାବେ ମେଟାଭର୍ସରେ ଦକ୍ଷତା କେନ୍ଦ୍ର ସ୍ଥାପନ କରିବାର ମାନ୍ୟତା ଏଏସଡିସି ନାମରେ ରହିଛି।

Share