Categories: ବାଣିଜ୍ୟ

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ ବଜାର(ଭାରତ)ରେ ବୃତ୍ତିଗତ ଏବଂ ବାଣିଜି୍ୟକ ରେଡିଅସ୍‌ ବଣ୍ଟନ ପାଇଁ ଉଭୟ କମ୍ପାନୀ ମଧ୍ୟରେ ଉକ୍ତ ସହଭାଗିତା ହୋଇଛି। ଏହା ଜରିଆରେ ଆର୍‌ୟା ଓମ୍‌ନିଟକ୍‌ କେବଳ ମୋଟୋରୋଲା ସଲ୍ୟୁଶନର ମୋଟୋଟ୍ରୋବ୍‌ ପୋର୍ଟଫୋଲିଓ ଆଣ୍ଡ ପ୍ରଡକ୍ଟସ ବଣ୍ଟନ କରିବ।

ଏହା ସହିତ ଓ୍ବେଭ ପିଟିଏକ୍ସ ଏବଂ ଆନୁଷଙ୍ଗିକ ସେବା ପ୍ରଦାନ ମଧ୍ୟ ଜାରି ରଖିବ। ଏ ସମ୍ପର୍କରେ ଆର୍‌ୟା ଓମ୍‌ନିଟକ୍‌ର ସିଇଓ ପାରେଶ ସେଟ୍ଟୀ କହିଛନ୍ତି, ଆମେମାନେ ମୋଟୋରୋଲା ସଲ୍ୟୁଶନ ସହିତ ଆମର ନିରନ୍ତର ସହଭାଗିତା ଘୋଷଣା କରି ବେଶ୍‌ ଆନନ୍ଦିତ ଅଛୁ। ଏପରିକି ଆମେ ବ୍ରାଣ୍ଡ୍‌ ଏବଂ ଗ୍ରାହକଙ୍କ ସହିତ ବର୍ଷ ବର୍ଷ ଧରି ନିର୍ମାଣ କରିଥିବା ବିଶ୍ୱାସକୁ ଦୃଢ଼ କରିବାକୁ ଆଗ୍ରହୀ ରହୁଛୁ। ଏପରିକି ଏହି ସ୍ବତନ୍ତ୍ର ସହଭାଗିତା ଆମକୁ ଭାରତରେ ଗୁଣାତ୍ମକ ଉତ୍ପାଦଗୁଡ଼ିକର ସର୍ବୋତ୍ତମ ବିକ୍ରୟ କରିବାର ସୁଯୋଗ ପ୍ରଦାନ କରିବ।

ସେହିଭଳି ଏହି ସେବାଗୁଡିକ ମ୍ୟୁନିସିପାଲ କର୍ପୋରେଶନ ,ଉତ୍ପାଦନ, ସୁରକ୍ଷା, ତୈଳ ଏବଂ ଗ୍ୟାସ୍‌, ପରିବହନ ଏବଂ ଲଜିଷ୍ଟିକ୍ସ, ଗୋଦାମ ଘର, ଶିକ୍ଷାନୁଷ୍ଠାନ, ଆଇଟି,ଆତିଥେୟତା, ଡାକ୍ତରଖାନା, ଦୂତାବାସ, ଖଣି ଏବଂ ନିର୍ମାଣ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକୁ ପୂରଣ କରିଥାଏ। ଉଲ୍ଲେଖଯୋଗ୍ୟ ଦେଶର ୨ଟି ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଅରବିନ୍ଦ ଲିମିଟେଡ୍‌ ଏବଂ ଜେଏମ୍‌ ବକ୍ସି ଗ୍ରୁପ୍‌ର ମିଳିତ ଉଦ୍ୟମରେ ଆର୍‌ୟା ଓମ୍‌ନିଟକ୍‌ର ଅୟମାରମ୍ଭ ହୋଇଛି। ବର୍ତ୍ତମାନ ସମୟରେ ଆର୍‌ୟା ଓମ୍‌ନିଟକ୍‌ ତିନୋଟି ବ୍ୟବସାୟିକ ବିଭାଗ ପରିଚାଳନା କରୁଛି, ଯଥା ଶେୟାର ମୋବାଇଲ୍‌ ରେଡିଓ ସର୍ଭିସେସ୍‌, ଜିପିଏସ୍‌ ବେସ୍‌ଡ ଫ୍ଲିଇଟ୍‌ ଟ୍ରାକିଂ ଏବଂ ମ୍ୟାନେଜମେଣ୍ଟ ସଲ୍ୟୁଶନ ଏବଂ ଟୋଲ୍‌ ଆଣ୍ଡ ହାଇଓ୍ବେ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍ସ ଇତ୍ୟାଦି।

Share