Categories: ବାଣିଜ୍ୟ

ଓଏସ୍‌ଏଲ୍‌କୁ ବେଷ୍ଟ ଷ୍ଟିଭେଡର୍ସ ଆଓ୍ବାର୍ଡ

ଭୁବନେଶ୍ୱର,୧୨।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ସର୍ବାଧିକ ପଣ୍ୟ ପରିବହନ କରିଥିବାରୁ ଓଏସ୍‌ଏଲ୍‌କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ସମ୍ମାନଜନକ ବେଷ୍ଟ ଷ୍ଟିଭେଡର୍ସ ଆଓ୍ବାର୍ଡ-୨୦୨୨-୨୩ ପ୍ରଦାନ କରିଛନ୍ତି। ସେହିଭଳି ନିକଟରେ ଆୟୋଜିତ ଏକ ଭବ୍ୟ ସମାରୋହ ଅବସରରେ ପିପିଏର ଅଧ୍ୟକ୍ଷ ପି.ଏଲ୍‌. ହରାନ୍ଧଙ୍କଠାରୁ ଓଏସ୍‌ଏଲ୍‌ର ମହାପ୍ରବନ୍ଧକ (ବାଣିଜି୍ୟକ) ହରିହର ଦାଶ ଓ ମହାପ୍ରବନ୍ଧକ (ପରିଚାଳନା) ସୁବାସ ଆଚାର୍ଯ୍ୟ ଉକ୍ତ ପୁରସ୍କାର ଓ ସାର୍ଟିଫିକେଟ୍‌ ଗ୍ରହଣ କରିଛନ୍ତି। ଅପରପକ୍ଷରେ ପୁରସ୍କାରକୁ ନେଇ ଅତ୍ୟନ୍ତ ଉଲ୍ଲସିତ ଥିବା ଓଏସ୍‌ଏଲ୍‌ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି, ଚମତ୍କାର ସଫଳତା ଏବଂ ଉଲ୍ଲେଖନୀୟ ଦଳଗତ କାର୍ଯ୍ୟ ପାଇଁ ଆମେ ଟିମ୍‌ ପାରାଦୀପକୁ ଧନ୍ୟବାଦ ଜଣାଉଛୁ। ଏପରିକି ନିଜର କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ବଳରେ ଆମ ଟିମ୍‌ର ଆହୁରି ଉଚ୍ଚ ସୋପାନ ସଫଳତା ଆମେ କାମନା କରୁଛୁ। ଉଲ୍ଲେଖଯୋଗ୍ୟ, ଏକ୍‌ଜିମ୍‌ ଇଣ୍ଡିଆ ଶିପିଙ୍ଗ୍‌ ଟାଇମ୍ସ ପକ୍ଷରୁ କୋଲକାତାଠାରେ ଆୟୋଜିତ ଇଷ୍ଟ କୋଷ୍ଟ ମାରିଟାଇମ୍‌ ଫୋରମ୍‌-୨୦୨୨ର ୭ମ ସଂସ୍କରଣରେ ମଧ୍ୟ ଓଏସ୍‌ଏଲ୍‌ ଗ୍ରୁପ୍‌ ‘ବର୍ଷର ଶ୍ରେଷ୍ଠ ଲଜିଷ୍ଟିକ୍ସ’ କମ୍ପାନୀଭାବେ ପୁରସ୍କୃତ ହୋଇଥିଲା।

Share