Categories: ଫୁରସତ

ସର୍ବୋତ୍ତମ ଷ୍ଟ୍ରିଟ୍‌ ଫୁଡ୍‌ ‘ମହୀଶୂର’

ବେଙ୍ଗାଲୁରୁ: ପ୍ରସିଦ୍ଧ ତଥା ଭାରତୀୟ ମିଠା ଭାବେ ମହୀଶୂର ପାକ୍‌କୁ ଟେଷ୍ଟ ଆଟଲାସ ଦୁନିଆର ସର୍ବୋତ୍ତମ ଷ୍ଟ୍ରିଟ୍‌ ଫୁଡ୍‌ର ମାନ୍ୟତା ଦେଇଛି। ମହୀଶୂର ସର୍ବୋତ୍ତମ ଭାବେ ୧୪ ନଂ. ର଼୍ୟାଙ୍କ୍‌ରେ ରହିଛି। ଏଥିସହ ଭାରତର ଆଉ ୨ଟି ମିଠା ଫାଲୁଦା ଏବଂ କୁଲ୍‌ଫି ଏହି ଲିଷ୍ଟରେ ଯୋଡ଼ି ହୋଇଛି। ଟେଷ୍ଟ ଆଟଲାସ ହେଉଛି ଏକ ପ୍ରସିଦ୍ଧ ଖାଦ୍ୟ ଆଧାରିତ ପତ୍ରିକା, ଯାହା ପୃଥିବୀର ବିଭିନ୍ନ ସ୍ଥାନରୁ ଷ୍ଟ୍ରିଟ୍‌ ଖାଦ୍ୟ ବିଷୟରେ ସମୀକ୍ଷା କରିବା ସହ ସୂଚନା ଦେଇଥାଏ। ମହୀଶୂର ପ୍ୟାଲେସରୁ ସୃଷ୍ଟି ହୋଇଥିବା ଏହି ମିଠା ଦକ୍ଷିଣ ଭାରତୀୟଙ୍କ ମଧ୍ୟ ହୃଦୟ ଜିତିପାରିଛି। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏକ ଟୁଇଟ୍‌ରେ ମହୀଶୂରକୁ ମିଳିଥିବା ଷ୍ଟ୍ରିଟ୍‌ ଫୁଡ୍‌ର ମାନ୍ୟତା ପାଇଁ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଟେଷ୍ଟ ଆଟଲାସ ଦ୍ୱାରା ବିଶ୍ୱର ୫୦ଟି ଷ୍ଟ୍ରିଟ୍‌ ଫୁଡ୍‌ ମିଠା ଭିତରେ ମହୀଶୂର ୧୪ତମ ସ୍ଥାନରେ ରହିଛି। ଏଥିପାଇଁ କନ୍ନଡ଼ିଗାସ୍‌ମାନେ ଖୁସି ବ୍ୟକ୍ତ କରିଛନ୍ତି। କର୍ନାଟକର ମହୀଶୂର ପ୍ୟାଲେସ ନାମରେ ଏହାର ନାମକରଣ ହୋଇଥିଲେ ମଧ୍ୟ କୁହାଯାଏ ଯେ ଏହା ତାମିଲନାଡୁରେ ପ୍ରଥମେ ସୃଷ୍ଟି ହୋଇଥିଲା। ପରେ ଏହା ମହୀଶୂରକୁ ଚୋରା ଚାଲାଣ କରାଯାଇଥିଲା। ତେବେ ଉପମୁଖ୍ୟମନ୍ତ୍ରୀ ଶିବକୁମାର ମହୀଶୂରର ହିଁ ଏହାର ଉତ୍ପତ୍ତିସ୍ଥଳ ବୋଲି କହିଛନ୍ତି। ଏହା ମହୀଶୂର ପ୍ୟାଲେସରେ ସୃଷ୍ଟି ହୋଇଥିଲା, ଯାହା ଏବେ ଘରେ ଘରେ ଆଦରଣୀୟ ହୋଇପାରିଛି।

Share