Categories: ବାଣିଜ୍ୟ

ଜେଏସ୍‌ପିକୁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣପତ୍ର

ଭୁବନେଶ୍ୱର,୨୬।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) କୁ ନିକଟରେ ଆଉ ଏକ ସ୍ବୀକୃତି ତଥା ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶେଷକରି ଉନ୍ନତ କର୍ମକ୍ଷେତ୍ରର ସଂସ୍କୃତି ପାଇଁ ୨୦୨୩ ଜୁଲାଇରୁ ୨୦୨୪ ଜୁଲାଇର ଅବଧି ପର୍ଯ୍ୟନ୍ତ ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କ (ଜିପିଟିଡବ୍ଲ୍ୟୁ)ର ପ୍ରମାଣପତ୍ର ଦିଆଯାଇଛି। ଏପରିକି ଏହି ପ୍ରମାଣପତ୍ର ପ୍ରଦାନ କରୁଥିବା ସଂସ୍ଥା ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କ’ର ବିଶ୍ୱବ୍ୟାପୀ ସୁନାମ ରହିଛି। ତେଣୁ ଏହି ପ୍ରମାଣପତ୍ର ଗ୍ରହଣ କରିବାକୁ ଏକ ଗୌରବର ବିଷୟ ବୋଲି ବିବେଚନା କରାଯାଏ। ଯେପରି ପ୍ରତ୍ୟେକ କର୍ମଚାରୀ ଆଗକୁ ବଢ଼ିପାରିବେ। ସେହିଭଳି କମ୍ପାନୀର ଅଭିବୃଦ୍ଧିରେ ଏହା ଏକ ସକାରାତ୍ମକ ପ୍ରଭାବ ପକାଇବା ସହ ଯୋଗଦାନ କରିବ। ଏପରିକି ସବୁ ସ୍ତର ଓ ବର୍ଗର କର୍ମଚାରୀମାନଙ୍କୁ ଏହା ଅନୁପ୍ରାଣିତ କରାଇବ। ସେହିପରି ଏକ ଉନ୍ନତ କାର୍ଯ୍ୟ କ୍ଷେତ୍ର ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସ୍‌ପିର ଅଦମ୍ୟ ପ୍ରତିବଦ୍ଧତାର ଏକ ସ୍ବୀକୃତି ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ଜେଏସ୍‌ପିର ଚେୟାରମ୍ୟାନ ନବୀନ ଜିନ୍ଦଲ କହିଛନ୍ତି, ଆମ ଲୋକମାନଙ୍କର ନିଷ୍ଠା ଏବଂ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଏହା ସମ୍ଭବ ହୋଇପାରିଛି। ଏପରିକି ମୁଁ ଦୃଢ ଭାବେ ବିଶ୍ବାସ କରୁଛି ଯେ ଜେଏସ୍‌ପିର ଦୀର୍ଘମିଆଦୀ ଦୂରଦୃଷ୍ଟିର ଏହା ଏକ ଅଂଶ ହୋଇଥିବାବେଳେ ମୂଳ କେନ୍ଦ୍ରରେ ଲୋକମାନଙ୍କୁ ରଖି ଏବଂ ସମସ୍ତଙ୍କ ପାଇଁ ଏକ ସ୍ବପ୍ନର କର୍ମକ୍ଷେତ୍ର ସୃଷ୍ଟି କରିବା ଦ୍ୱାରା ଆମେ ଆମର ବ୍ୟବସାୟକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ସହିତ ଦେଶର ଉନ୍ନତ ଭବିଷ୍ୟତ ନିର୍ମାଣରେ ମଧ୍ୟ ଯୋଗଦାନ କରିପାରିବୁ। ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କର ପ୍ରମାଣପତ୍ର ହାସଲ କରିବା ଜେଏସ୍‌ପି ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବାବେଳେ ଯାହା ଏହାର କର୍ମଚାରୀମାନଙ୍କୁ ସଶକ୍ତ କରିଥାଏ ଏବଂ ନୂତନତା, ଅଭିବୃଦ୍ଧି ଏବଂ ସଫଳତାକୁ ପ୍ରୋତ୍ସାହିତ କରିଥାଏ।

Share