Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ କହିଲେ, ‘ଝିଅ ପରଧନ, ବିଦା କରିଦେବୁ’: ଉଠିଲା ବିବାଦ

କୋଲକତା, ୨୮।୨: ପଶ୍ଚିମବଙ୍ଗ ବିଧାନସଭା ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ତୃତଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ବାକ୍‌ଯୁଦ୍ଧ ଜୋରଦାର ହେଉଛି। ନିକଟରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଏକ ଆପତ୍ତିଜନକ ଟୁଇଟ୍‌ କରିଛନ୍ତି। ଏହାକୁ ନେଇ ବିବାଦ ଉଠିବା ପରେ ସେ ନିଜ ଟୁଇଟ୍‌କୁ ଡିଲିଟ କରିଥିଲେ। ବାବୁଲ ସୁପ୍ରିୟୋ ଏକ ମେମ୍ସ ଟୁଇଟ୍‌ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋରେ ଲେଖାଅଛି ମୁଁ ବଙ୍ଗଳାର ଝିଅ। ସେହିପରି ଅମିତ ଶାହା ଫଟୋରେ ଝିଅ ପରଧନ, ଏଥର ବିଦା କରିଦେବୁ ବୋଲି ଲେଖାଯାଇଛି। ଉଭୟ ଫଟୋକୁ ସଂଲଗ୍ନ କରଯାଇଛି। ଏହି ଫଟୋକୁ ବାବୁଲ ସୁପ୍ରିୟୋ ନିଜ ଟୁଇଟର୍‌ାରେ ଶେୟାର କରିଥିଲେ। ଟୁଇଟ୍‌ ଶେୟାର କରି ସେ କହିଛନ୍ତି ଯେ ଏହି ଏହା ଭାଜପାର ଆସାନସୋଲ ଜିଲା ୟୁନିଟ ଦ୍ୱାରା ପୋଷ୍ଟ କରାଯାଇଛି। ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି, ଏଥର ବିଦା କରିଦେବୁ। ଏହାକୁ ନେଇ ବିବାଦ ଉଠିବା ପରେ ବାବୁଲ ସୁପ୍ରିୟୋ ଏହାକୁ ନିଜ ଆକାଉଣ୍ଟରୁ ହଟାଇଦେଇଥିଲେ।
ପଶ୍ଚିମବଙ୍ଗର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଡକ୍ଟର ଶଶି ପାଞ୍ଜା ବାବୁଲ ସୁପ୍ରିୟୋଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦେଶର ମହିଳାଙ୍କ ଅବସ୍ଥାକୁ ନେଇ ମୁଁ ଚିନ୍ତିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କେବଳ ଲୋକ ପ୍ରତିନିଧୀମାନେ ଏପରି କାର୍ଯ୍ୟ କରିବେ ତେବେ ସମାଜର କଣ ହେବ। ଏହାସହ ଟିଏମସି ସମର୍ଥକଙ୍କ ସହ ବହୁ ସଂଖ୍ୟକ ବାବୁଲ ସୁପ୍ରିୟୋଙ୍କୁ ସମାଲୋଚନା କରିଛନ୍ତି।

Share