ପ୍ରେମରେ ମିଳିଥିଲା ଧୋକା: କାନ୍ଦି ବି ନିଜକୁ ସମ୍ଭାଳିଥିଲେ ସଲମାନ

ମୁମ୍ବାଇ,୨୭।୧୨: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାଁ ରବିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ଡିସେମ୍ବର ୨୭ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ବିତିଥିବା ଜୀବନରେ ତାଙ୍କର କେତେକ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ହୋଇଛି। ତେବେ ପ୍ରତିଥର ଏଥିରେ ତାଙ୍କୁ ମିଳିଛି ଧୋକା। ପ୍ରେମ ସମ୍ପର୍କ ତୁଟିବା ପରେ ପ୍ରତିଥର କାନ୍ଦିଛନ୍ତି ଭାଇଜାନ୍‌। ମାତ୍ର ନିଜକୁ ସମ୍ଭାଳି ତାଙ୍କର ଆଶିକ୍‌ ଦିଲ୍‌ ପୁଣିଥରେ ପ୍ରେମ କରି ବସିଛି। ସଲମାନ୍‌ଙ୍କ ପ୍ରଥମ ପ୍ରେମିକା ଥିଲେ ସଙ୍ଗୀତା ବିଜଲାନୀ। ଦୁଇଜଣଙ୍କର ବିବାହ ପାଇଁ କାର୍ଡ ମଧ୍ୟ ଛପାଯାଇଥିଲା। ତେବେ ହଠାତ୍‌ ସଙ୍ଗୀତା ସଲମାନ୍‌ଙ୍କ ଠାରୁ ଦୂରେଇ ଯାଇଥିଲେ। ଏହାପରେ ସଲମାନ୍‌ଙ୍କ ଜୀବନରେ ସୋମୀ ଅଲ୍ଲୀଙ୍କ ଏଣ୍ଟ୍ରୀ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘ ୬ ବର୍ଷ ଧରି ରହିଥିଲା। ପରେ ସୋମୀ ପାକିସ୍ତାନ ଫେରି ଯାଇଥିଲେ। ଐଶ୍ଚର୍ଯ୍ୟା ରାୟଙ୍କ ସହିତ ସଲମାନ୍‌ଙ୍କ ସମ୍ପର୍କ ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ଫିଲ୍ମରେ ଅଧିକ ଗଭୀର ହୋଇଯାଇଥିଲା। ସମ୍ପର୍କକୁ ନେଇ ସଲମାନ ଅଧିକ ସକାରାତ୍ମକ ହୋଇପଡ଼ିଥିଲେ। ମାତ୍ର ଐଶ୍ଚର୍ଯ୍ୟା ଏହାକୁ ଭୁଲ୍‌ ସାବସ୍ତ୍ୟ କରି ମୁହଁ ଫେରାଇ ନେଇଥିଲେ। ଏହାପରେ ଭାଇଜାନ୍‌ଙ୍କ ଜୀବନରେ ସ୍ନେହା ଉଲ୍ଲାଲା ଆସିଥିଲେ। ମାତ୍ର ପରେ ସଲମାନ୍‌ ସମ୍ପର୍କକୁ ନେଇ ପଜେଟିଭ୍‌ ନ ରହିବାରୁ ଏଥିରେ ଆସିଥିଲା ଭଟ୍ଟା। ଏହାପରେ ସୁନ୍ଦରୀ କାଟରିନା କୈଫ୍‌ ସଲମାନ୍‌ଙ୍କ ଜୀବନରେ ଆସିଥିଲେ। ଦୁଇଜଣଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହୋଇଥିଲା। ସଲମାନ୍‌ଙ୍କ ପରିବାର କାଟରିନାଙ୍କୁ ପସନ୍ଦ ମଧ୍ୟ କରୁଥିଲେ। ତେବେ କାଟରିନା ଦୂରେଇ ଯାଇଥିଲେ। କାଟରିନାଙ୍କ ପରେ ଜରୀନ୍‌ ଖାଁ ସଲମାନ୍‌ଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ଏଥିରେ ସଲମାନ୍‌ ବେଶି ଇଣ୍ଟ୍ରେଷ୍ଟ୍‌ ନ ଦେବାରୁ ସମ୍ପର୍କରେ ଦୂରତା ଆସିଥିଲା।

Share