Categories: ବାଣିଜ୍ୟ

ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଉନ୍ନତ ର଼୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର,୭।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ବିଶ୍ୱବିଦ୍ୟାଳୟକୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସ୍ବୀକୃତି ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରକାଶ ପାଇଛି। ଉକ୍ତ ର଼୍ୟାଙ୍କିଙ୍ଗ୍‌ ଫଳାଫଳାରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ର଼୍ୟାଙ୍କ୍‌ ପ୍ରଦାନ କରାଯାଇଛି। ଉକ୍ତ ତାଲିକାରେ କିଟ୍‌ ବିଶ୍ୱବିଦ୍ୟାଳୟ ୧୬ତମ ସ୍ଥାନରେ ରହିଛି। ଲପରିକି ଗତ ବର୍ଷ ତୁଳନାରେ ୁଳିତ ବର୍ଷ କିଟ ୪ଟି ସ୍ଥାନ ଉପରକୁ ଉଠି ୧୬ ତମ ସ୍ଥାନରେ ରହିଛି। ଗତ ବର୍ଷ କିଟ ଏହି ତାଲିକାର ୨୦ତମ ସ୍ଥାନରେ ରହିଥିଲା। ଏହା ବ୍ୟତୀତ କିଟର ଅନ୍ୟ ସମସ୍ତ ବିଭାଗ ମଧ୍ୟ ଗତବର୍ଷ ତୁଳନାରେ ଚଳିତ ବର୍ଷ ଉଲ୍ଲେଖନୀୟ ପ୍ରର୍ଦଶନ କରିଛନ୍ତି। ସେହିଭଳି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା କିଟ ବିଶ୍ୱବିଦ୍ୟାଳୟ ଗବେଷଣା ତାଲିକାର ୪୪ ତମରେ ରହି ସମଗ୍ର ଦେଶର ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ୫୦ତମ ସ୍ଥାନରେ ରହିଛି।
ଏ ସମ୍ପର୍କରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଧୀର ପାଣି ପଥର କାଟେ। ପ୍ରତିବର୍ଷ ବିଭିନ୍ନ ବିଭାଗରେ କିଟ୍‌ ତା’ର ପ୍ରଦର୍ଶନରେ ଉନ୍ନତି ଆଣି ଏକ ଗୁଣାତ୍ମକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇସାରିଛି। ତେଣୁ ଏନ୍‌ଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌ର ସ୍ଥାନ ପ୍ରତିବର୍ଷ ଉପରକୁ ଉଠୁଛି।

Share