Categories: ଖେଳ

ଆଇପିଏଲ୍‌ ମ୍ୟାଚ୍‌ ବେଳେ ବେଟିଂ: ୬ ଜଣ ଗିରଫ

ନୂଆଦିଲ୍ଲୀ, ୭ା୧୦ (ପି.ଟି.)-ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ଚାଲିଥିବାବେଳେ ବେଟିଂ ପାଇଁ ୬ଜଣ ଗିରଫ ହୋଇଛନ୍ତି। ଡିସିପି ଅତୁଲ କୁମାର ଠାକୁରଙ୍କ ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ରାଜପୁର ଖୁର୍ଦ୍ଦର ଏକ ଗ୍ରାମର ଏକ ଘରେ ଚଢାଉ କରିଥିଲା। ସେତେବେଳେ ୬ ଜଣ ଲୋକ ଏକ ଲାପ୍‌ଟପ୍‌ ନିକଟରେ ବସି ବେଟିଂ ପାଇଁ ଏଣ୍ଟ୍ରି କରାଉଥିଲେ। ସେମାନଙ୍କଠାରୁ ୧,୧୯,୭୦୦ ଟଙ୍କା, ୯ ମୋବଇଲ୍‌ ଫୋନ୍‌ ଏବଂ ଗୋଟିଏ ଲାପ୍‌ଟପ୍‌ ଜବତ ହୋଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଗୌରବ ସିଜଓ୍ବାଲ (୩୦), ସୋନୁ ରାଠୀ (୩୭), ସାହିଲ ଲୁଥ୍ରା (୨୮), ମୋହତ୍‌ ଡାଗର (୨୭), ହେମନ୍ତ ଦଲାଲ (୩୦) ଓ ସଞ୍ଜୟ ରାଠୀ (୩୮)।

Share