ଓୟୋ ରୁମ୍‌ରେ ବେଟିଂ: ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୪ ଗିରଫ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଭୁବନେଶ୍ୱରର ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ଓୟୋ ରୁମରେ ବେଟିଂ (ଅନଲାଇନ ଜୁଆ ଆଡ୍ଡା )ଚାଲିଥିବା ବେଳେ କମିଶନରେଟ୍‌ ପୋଲିସ ପହଞ୍ଚି ଏହାର ପର୍ଦ୍ଦାଫାଶ କରିଛି। ଏଠାରୁ ଗୋଟିଏ କାର୍‌ ସହ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ପୋଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନଙ୍କ ଘର ଝାଡ଼ଖଣ୍ଡ ଏବଂ ଭୁବନେଶ୍ୱର। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

Share