Categories: ଜାତୀୟ

୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବେଟିଂ ବଜାର ସରଗରମ, ଉତ୍ତରପ୍ରଦେଶ ଉପରେ ଅଧିକ-ପଞ୍ଜାବ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୯।୨ : ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ନିର୍ବାଚନରେ କେଉଁ ରାଜ୍ୟରେ କିଏ କ୍ଷମତା ଦଖଲ କରିବ ସେ ନେଇ ବେଟିଂ ବଜାର ସରଗରମ ହେବାରେ ଲାଗିଛି।

ଉତ୍ତରପ୍ରଦେଶଠାରୁ ପଞ୍ଜାବ ପର୍ଯ୍ୟନ୍ତ ବିଭିନ୍ନ ପାର୍ଟି ଉପରେ ହଜାର ହଜାର କୋଟି ଟଙ୍କାର ବାଜି ଲଗାଯାଇଛି। ବୁକିମାନେ ଉତ୍ତରପ୍ରଦେଶରେ ଭାଜପାର ଆସନ ସଂଖ୍ୟା ମୂଲ୍ୟ ୨୩୩ରୁ ୨୩୫ ମଧ୍ୟରେ ଜାରି ରହିଛି। ଉତ୍ତରପ୍ରଦେଶରେ ଭାଜପା ୨୩୩ ରୁ କମ ସିଟ୍‌ରେ ଆସିବ ବୋଲି ନୋ ବେଟିଂ କରୁଥିବା ଲୋକଙ୍କୁ ଦ୍ୱିଗୁଣ ଟଙ୍କା ମିଳିବ। ସେହିପରି ୨୩୫ରେ ହଁ ବେଟିଂ ଲଗାଇଲେ ତାଙ୍କୁ ଦୁଇଗୁଣ ଟଙ୍କା ମିଳିବ।

ସେହିଭଳି ଏସପିର ଭାଲ୍ୟୁ ୧୨୪-୧୨୬, ବିଏସ୍‌ପି ପାଇଁ ୯-୧୦, କଂଗ୍ରେସ ପାଇଁ ୧-୨ ବେଟିଂ ଭାଲ୍ୟୁ ଚାଲିଛି। ଉତ୍ତରପ୍ରଦେଶ ପଛକୁ ବେଟିଂ ବଜାରରେ ସବୁଠାରୁ ଅଧିକ ଟଙ୍କା ପଞ୍ଜାବ ପାଇଁ ଖର୍ଚ୍ଚ ହୋଇଛି। ବେଟିଂ ବଜାର ଅନୁଯାୟୀ, ଏଠାରେ ସର୍ବାଧିକ ସୁଯୋଗ ଆମ ଆଦମୀ ପାର୍ଟି ସପକ୍ଷରେ ଯାଉଛି।

ପଞ୍ଜାବରେ ବୁକିମାନେ ଆମ ଆଦମୀ ପାର୍ଟି ପାଇଁ ୫୮-୬୦ ସିଟ, କଂଗ୍ରେସ ପାଇଁ ୩୦-୩୨ ସିଟ ଏବଂ ଅକାଳୀ ଦଳ ଲାଗି ୧୮-୨୦ ବିଧାନସଭା ଆସନ ଉପରେ ଅର୍ଥ ବିନିଯୋଗ କରୁଛନ୍ତି। ବୁକିଙ୍କ ଅନୁଯାୟୀ, ମତଦାନର ପ୍ରଥମ ପର୍ଯ୍ୟାୟ ପରେ, ଧାରା ଉପରେ ନିର୍ଭର କରି ମୂଲ୍ୟ ବି ବଦଳିପାରେ। ଏଥିସହିତ ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆକୁ ନେଇ ବେଟିଂ ବଜାରରେ କଳ୍ପନାଜଳ୍ପନାର ପରିବେଶ ଟିକେ ମାନ୍ଦା ରହିଛି। ସେଠାରେ ନିର୍ବାଚନରେ ଉଷ୍ଣତା ବଢ଼ିବା ସହିତ ବେଟିଂ ବଜାର ମଧ୍ୟ ପ୍ରଭାବିତ ହେବାର ଆଶା ରହିଛି।

ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରର ପାଞ୍ଚଟି ରାଜ୍ୟରେ ନିର୍ବାଚନ ପାଇଁ ଫେବୃଆରୀ ୧୦ରୁ ମତଦାନ ଆରମ୍ଭ ହେବାକୁ ଯାଉଛି । ସାତଟି ପର୍ଯ୍ୟାୟରେ ମତଦାନ ପରେ ମାର୍ଚ୍ଚ ୧୦ ରେ ଅନ୍ତିମ ଫଳାଫଳ ପ୍ରକାଶ ପାଇବ।

୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହି ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଛି, ଯାହା ଜାତୀୟ ରାଜନୀତିରେ ସିଧାସଳଖ ପ୍ରଭାବ ପକାଇବାର ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକ ମତ ପୋଷଣ କରୁଛନ୍ତି।

Share