Categories: ଜାତୀୟ

ପ୍ରିୟଙ୍କା-ନଭ୍ୟାଙ୍କ ମଧ୍ୟରେ କାହାର ରହିଛି ଅଧିକ ଶିକ୍ଷାଗତ ଯୋଗ୍ୟତା? ଦୁହିଁଙ୍କ ମଧ୍ୟରେ କଡା ଟକ୍କର

ଓ୍ବାୟନାଡ,୨୪।୧୦: ୱାୟାନାଡ ଲୋକ ସଭା ଉପ-ନିର୍ବାଚନରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ବିପକ୍ଷରେ ଭାଜପା ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ନଭେମ୍ବର ୧୩ରେ ଏହି ଆସନରେ ମତଦାନ ହେବ। ନାମାଙ୍କନପତ୍ର ଦାଖଲ ସମୟରେ ପ୍ରିୟଙ୍କା ଗାନ୍ଧୀ ତାଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ କରିଥିଲେ। ତେବେ, ଆସନ୍ତୁ ଜାଣିବା ପ୍ରିୟଙ୍କା ଗାନ୍ଧୀ ଏବଂ ନଭ୍ୟା ହରିଦାସଙ୍କ ମଧ୍ୟରେ କାହାର ରହିଛି ଅଧିକ ଶିକ୍ଷାଗତ ଯୋଗ୍ୟତା।

ସୂଚନାନୁସାରେ ପ୍ରିୟଙ୍କା ଗାନ୍ଧୀ ଜଣେ ସ୍ନାତକ। ସେ କନଭେଣ୍ଟ ଅଫ ଜିସସ ଆଣ୍ଡ ମେରି ସ୍କୁଲରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଏହା ପରେ ସେ ସାଇକୋଲୋଜିରେ ବିଏ ଅନର୍ସ (ସମ୍ମାନ) କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜିସସ ଆଣ୍ଡ ମେରି କଲେଜରୁ ସ୍ନାତକ ହାସଲ କରିଥିଲେ। ଏହା ପରେ, ସେ ୨୦୧୦ରେ ବୌଦ୍ଧ ଅଧ୍ୟୟନରେ ଏମଏ ଡିଗ୍ରୀ ହାସଲ କରିଥିଲେ।
ଯେତେବେଳେ କି, ଯଦି ଆମେ ନଭ୍ୟା ହରିଦାସଙ୍କ ଶିକ୍ଷା ବିଷୟରେ କହିବୁ, ସେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଛନ୍ତି। ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର। ସେ ୨୦୦୭ରେ B.Tech ଶିକ୍ଷା ସମାପ୍ତ କରିଛନ୍ତି। ସେ କାଲିକଟ ବିଶ୍ୱବିଦ୍ୟାଳୟର କେଏମସିଟି ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରିଥିଲେ। ତାଙ୍କ ସ୍ବାମୀ ଜଣେ ମେକାନିକାଲ ଇଞ୍ଜିନିୟର। ନଭ୍ୟାଙ୍କ ପାଇଁ ରାଜନୈତିକ ଯାତ୍ରା ନୂଆ ନୁହେଁ। ସେ ଦୁଇଥର କୋଜିକୋଡେ ମ୍ୟୁନିସିପାଲିଟି କର୍ପୋରେସନର କାଉନସିଲର ହୋଇଛନ୍ତି। ୨୦୨୧ରେ ସେ କୋଜିକୋଡେ ବିଧାନସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ନିର୍ବାଚନରେ ହାରି ଯାଇଥିଲେ। ତାଙ୍କ ପରିବାର ଆରଏସଏସ ସହିତ ଜଡିତ।

Share