Categories: ଜାତୀୟ

ଛଳନାକାରୀ କଂଗ୍ରେସର ୫ ଗ୍ୟାରେଣ୍ଟି ପ୍ରତି ସତର୍କ ରୁହନ୍ତୁ: ଶିବରାଜ…

ଭୋପାଳ,୨୮।୬ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଗ୍ୟାରେଣ୍ଟି ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଏକ ଶିବରାଜ କଂଗ୍ରେସକୁ ଛଳନାକାରୀ ବୋଲି କହିଛନ୍ତି।

ଟୁଇଟ କରି ସେ ଲେଖିଛନ୍ତି ଛଳନାକାରୀ କଂଗ୍ରେସର ୫ ଗ୍ୟାରେଣ୍ଟି ପ୍ରତି ସତର୍କ ରହିବା ଜରୁରୀ। ଏସବୁ ମଧ୍ୟରେ ମହିଳାଙ୍କ ଅପମାନର ଗ୍ୟାରେଣ୍ଟି, ଦୁର୍ନୀତିର ଗ୍ୟାରେଣ୍ଟି, ବିଦ୍ୟୁତ ବିଫଳତା ଏବଂ ଇନଭର୍ଟରର ଗ୍ୟାରେଣ୍ଟି, ଧର୍ମାନ୍ତରୀକରଣ ଏବଂ ତୁଷ୍ଟିକରଣର ଗ୍ୟାରେଣ୍ଟି ତଥା ଜାତୀୟ ବିରୋଧୀ ଶକ୍ତିକୁ ପ୍ରୋତ୍ସାହନ ଦେବାର ଗ୍ୟାରେଣ୍ଟି ରହିଛି।

ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଉଭୟ ପ୍ରମୁଖ ଦଳ କ୍ଷମତାକୁ ଆସିବାକୁ ଜୋରଦାର ଚେଷ୍ଟା କରୁଛନ୍ତି। ଉଭୟ ଦଳ ମଧ୍ୟରେ ପୋଷ୍ଟର ଯୁଦ୍ଧ, ବାକ୍‌ ଯୁଦ୍ଧ ସହିତ ଆରୋପପ୍ରତ୍ୟାରୋପ ଜାରି ରହିଛି।

Share