ଭୁଲ୍‌ କୋଭିଡ୍‌ ତଥ୍ୟ ପ୍ରତି ସତର୍କ ରୁହ

ଓ୍ବାଶିଂଟନ୍‌, ୧୯ା୫: ଭାରତରେ କରୋନାର ଘାତକ ଦ୍ୱିତୀୟ ଲହର ଜାରି ଥିବାବେଳେ ଭାରତୀୟ-ଆମେରିକୀୟ ଏବଂ ଭାରତୀୟଙ୍କୁ କରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ସର୍ଜନ ଜେନେରାଲ ବିବେକ ମୂର୍ତ୍ତି। ବିଶେଷ କରି ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଖବର ବିଶ୍ୱାସ କରିବା ପୂର୍ବରୁ ସଚେତନ ରହିବାକୁ ସେ କହିଛନ୍ତି। ଭୁଲ୍‌ ତଥ୍ୟ ଏକ ପ୍ରକାର ଭାଇରସ୍‌ ଏବଂ ଏହା ମଧ୍ୟ ଲୋକଙ୍କ କ୍ଷତି ଘଟାଇଥାଏ। ଏହା ବେଳେବେଳେ ଲୋକଙ୍କୁ ଏପରି କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ ଯାହାଦ୍ୱାରା ସେମାନେ ନିଜେ ଏବଂ ଅନ୍ୟମାନେ ବିପଦରେ ପଡ଼ିଥାନ୍ତି।

Share