ନୂଆଦିଲ୍ଲୀ, ୫।୮: ପୁରୁଣା କଏନ୍ ଏବଂ ନୋଟ୍ କ୍ରୟ ଏବଂ ବିକ୍ରି କରିବା ନେଇ ଅନ୍ଲାଇନରେ ପ୍ରସ୍ତାବ ଆସୁଥିଲେ ସାବଧାନ। ଏ ନେଇ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ସତର୍କ କରାଇଛି। ଏଭଳି ପ୍ରସ୍ତାବ ଆସୁଥିଲେ ଏହାଠାରୁ ବଞ୍ଚିବାକୁ ଲୋକଙ୍କୁ ସତର୍କ କରାଯାଇଛି। କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଆର୍ବିଆଇର ନାମ ଏବଂ ଲୋଗୋ ବ୍ୟବହାର ସହ ଅନୁବନ୍ଧିତ ସଂସ୍ଥା ବୋଲି କହି ଲୋକଙ୍କୁ ଠକୁଥିବା ନଜରକୁ ଆସିଛି। ପୁରୁଣା ନୋଟ୍ କ୍ରୟ ବିକ୍ରୟ ବେଳେ ଲୋକଙ୍କୁ କମିଶନ ମଗାଯାଉଛି। ଏଭଳି କୌଣସି କାମ ଲାଗି ଆର୍ବିଆଇ ଅନୁମତି ଦେଇ ନ ଥିବା କହିଛି। ଲୋକଙ୍କଠାରୁ କୌଣସି କମିଶନ କିମ୍ବା ଟିକସ ଆଦାୟ କରିବାକୁ ନିୟମ ଲାଗୁ ହୋଇନାହିଁ। କୌଣସି ସଂସ୍ଥାକୁ ମଧ୍ୟ ଏ ନେଇ ଅଧିକୃତ କରାଯାଇନାହିଁ। ଏଭଳି ଠକେଇଠାରୁ ବଞ୍ଚିବାକୁ କେନ୍ଦ୍ରୀୟ ବ୍ୟାଙ୍କ ସତର୍କ କରାଇଛି।