Categories: ବାଣିଜ୍ୟ

ଠକାମି ଏସ୍‌ଏମ୍‌ଏସ୍‌ ପ୍ରତି ସାବଧାନ

ଭୁବନେଶ୍ୱର,୨୩।୮ବିଦ୍ୟୁତ୍‌ ଗ୍ରାହକଙ୍କ ବିରୋଧରେ ଘଟୁଥିବା ସାଇବର ଠକାମିର ବର୍ଦ୍ଧିତ ସଂଖ୍ୟାକୁ ବିଚାରକୁ ନେଇ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏଭଳି ଅସାଧୁ ତତ୍ତ୍ୱଙ୍କ ବିରୋଧରେ ପୁଣି ଥରେ ପରାମର୍ଶବଳୀ ଜାରି କରାଯାଇଛି। ଏହି ଅସାଧୁ ତତ୍ତ୍ୱମାନେ ଏସ୍‌ଏମ୍‌ଏସ୍‌ ଜରିଆରେ ବିଦ୍ୟୁତ୍‌ ସଂଯୋଗ କାଟିବା ଲାଗି ଧମକ ଦେଇ ଗ୍ରାହକମାନଙ୍କୁ ନିଜର ଠକାମି ଜାଲରେ ଫସାଇବାକୁ ଉଦ୍ୟମ କରୁଛନ୍ତି। ବିଦ୍ୟୁତ୍‌ ଯୋଗାଣ କିମ୍ବା ବିଚ୍ଛିନ୍ନକୁ ନେଇ କୌଣସି ସ୍ପଷ୍ଟୀକରଣ ଦରକାର ଥିଲେ ୨୪ଘଣ୍ଟିଆ ଦେୟମୁକ୍ତ ଗ୍ରାହକ ସେବା ନମ୍ବର ୧୯୧୨-୧୮୦୦୩୪୫୭୧୨୨ରେ ଯୋଗାଯୋଗ କରିବାକୁ ଡିସ୍‌କମ୍‌ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାଇବର୍‌ ଠକମାନେ ପୂର୍ବ ମାସ ବିଦ୍ୟୁତ୍‌ ଦେୟ ପଇଠ ହୋଇ ନ ଥିବା ବାହାନା କରି ସେହିଦିନ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ କରିବା ଲାଗି ଧମକ ଦେଇ ଗ୍ରାହକଙ୍କ ପାଖକୁ ମେସେଜ୍‌ ପଠାଉଛନ୍ତି ।

Share