Categories: ଜାତୀୟ

ଖରାପ କ୍ୱାଲିଟିର ହେଲମେଟ୍‌ ବିକୁଥିଲେ ସାବଧାନ, ସରକାର ନେବେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୫।୮:ହେଲମେଟ୍‌ ନ ପିନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ଗଳାଇବା ଦ୍ୱାରା ବିଭିନ୍ନ ସଡକ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ଗାଡି ଚଳାଇବାବେଳେ ହେଲମେଟ ପିନ୍ଧିବା ଏବଂ ସିଟ୍‌ ବେଲ୍ଟ ଲଗାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସାରା ଦେଶରେ ଖରାପ କ୍ୱାଲିଟି ହେଲମେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଖରାପ କ୍ୱାଲିଟି ହେଲମେଟ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଓ ଗୁରୁତର ଆହତର ମୁଖ୍ୟ କାରଣ। ଏହାକୁ ନେଇ ରିପୋର୍ଟ ହେବା ପରେ କେନ୍ଦ୍ର ସରକାର ଚିଠି ଜାରି କରିଛନ୍ତି।

ସବୁ ରାଜ୍ୟମାନଙ୍କୁ ପଠାଯାଇଥିବା ଚିଠିରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଜିଲା ମାଜିଷ୍ଟ୍ରେଟଙ୍କୁ ଆଇଏସଆଇ ପଞ୍ଜିକରଣ ବିନା ହେଲମେଟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ତାଙ୍କ ଚିଠିରେ କହିଛନ୍ତି ଯେ, ବିଆଇସ ସାର୍ଟିଫିକେଟ ବିନା ରାସ୍ତାରେ ହେଲମେଟ ବିକ୍ରି ହେଉଛି। ସଡ଼କ ଦୁର୍ଘଟଣାରେ ଏହା ପ୍ରମୁଖ କାରଣ।

ବିଆଇସ ଲାଇସେନ୍ସ ଏବଂ ନକଲି ଆଇଏସଆଇ ମାର୍କ ବିନା ହେଲମେଟ ତିଆରି ଏବଂ ବିକ୍ରୟ କରୁଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଡା ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ମାନର ହେଲମେଟ ତିଆରି ଏବଂ ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ବ୍ୟକ୍ତିଗତ ଭାବେ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, ଭାରତରେ ନିର୍ମିତ ଶିଳ୍ପ ଉତ୍ପାଦକୁ ISI ମାର୍କ ଦିଆଯାଏ। ଏହା ଦର୍ଶାଏ ଯେ , ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇସ) ଦ୍ୱାରା ବିକଶିତ ଏକ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ସହିତ ଏହି ଉତ୍ପାଦ ଅନୁରୂପ ଅଟେ । ଭାରତରେ ଦୁଇ ଚକିଆ ଯାନରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦୁଇ ଜଣଙ୍କୁ ଦୁଇ ଚକିଆ ଯାନରେ ବସିବାକୁ ଅନୁମତି ଦିଆଯାଇଛି ଏବଂ ଉଭୟଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ।

ଦୁନିଆରେ ସର୍ବାଧିକ ଦୁଇ ଚକିଆ ଯାନ ଭାରତରେ ବ୍ୟବହୃତ ହୁଏ। କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୨୨ରେ ଦେଶରେ ୬୩୧୧୫ ସଡ଼କ ଦୁର୍ଘଟଣାରେ ୨୫୨୨୮ ଜଣଙ୍କର ମତ୍ୟୁ ହୋଇଛି। ଏଥିମଧ୍ୟରୁ ଦୁଇଟି ଚକିଆ ଯାନ ଯୋଗୁଁ ୨୦୨୧ ମସିହାରେ ସର୍ବାଧିକ ଦୁର୍ଘଟଣା ଘଟିଥିଲା ।

Share