‘ସତର୍କ ରୁହନ୍ତୁ, ନଚେତ୍‌ ଧୋକା ଖାଇବେ’

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ୍‌ ବନେଗା କରୋଡ଼ପତି-୧୪’ର ଶୁଟିଂ ଶେଷ ହୋଇଛି। ସୋନି ଟିଭିରେ ଦର୍ଶକମାନେ ବିଗ୍‌ ବି ପ୍ରତିଯୋଗୀମାନଙ୍କ ସହିତ କୌତୂହଳପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର କରୁଥିବା ଦେଖିବାକୁ ପାଇବେ। ଶୋ’ ନିର୍ମାତା ଦର୍ଶକଙ୍କୁ ଏପ୍ରିଲରେ ଶୋ’ ପାଇଁ ପଞ୍ଜୀକରଣ କରିବାକୁ କହିଥିଲେ। ଏବେ ଦର୍ଶକମାନେ ଶୋ’ ଆରମ୍ଭ ପାଇଁ ଅପେକ୍ଷା କରିଛନ୍ତି।

ପ୍ରତ୍ୟେକ ଥର ବିଗ୍‌ ବି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସହିତ ‘କେବିସି’ ମାଧ୍ୟମରେ ଦର୍ଶକଙ୍କ ସହ ଯୋଗାଯୋଗ କରନ୍ତି। ଏଥର ମଧ୍ୟ ତାଙ୍କର ଏକ ବିଶେଷ ଉଦ୍ଦେଶ୍ୟ ଅଛି, ଯାହା ଏହାର ପ୍ରୋମୋ ଭିଡିଓ ମାଧ୍ୟମରେ ଦର୍ଶକ ଝଲକ ଦେଖିବାକୁ ପାଇଛନ୍ତି। ଭିଡିଓ ମାଧ୍ୟମରେ ବିଗ୍‌ ବି ଯେଉଁମାନେ ଭୁଲ୍‌ ଖବର ସମ୍ପର୍କରେ ତଥ୍ୟ ଦେଉଛନ୍ତି।
ସେମାନଙ୍କୁ ଅମିତାଭ ଏକ ବିଶେଷ ଅନୁରୋଧ କରିଛନ୍ତି।

ଭିଡିଓରେ ବିଗ୍‌ ବି କହୁଛନ୍ତି, ଲୋକମାନେ ସୋସିଆଲ ମିଡିଆରେ ମେସେଜିଂ ଆପ ମାଧ୍ୟମରେ ଭୁଲ୍‌ ଖବର ପାଉଛନ୍ତି। ଲୋକମାନେ ଟିକେ ଚିନ୍ତା ନ କରି ଏପରି ଖବରକୁ ସହଜରେ ବିଶ୍ୱାସ କରିଯାଆନ୍ତି। ବେଳେବେଳେ ଭୁଲ୍‌ ତଥ୍ୟ ହେତୁ ଲୋକଙ୍କୁ ଅନେକ କ୍ଷତି ସହିବାକୁ ପଡ଼େ। ଏଥିରୁ ଦୂରେଇ ରହିବାକୁ ବିଗ୍‌ ବି’ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

Share