ଘରେ ୮୦ ହଜାର ମହୁମାଛି ପାଳିଛନ୍ତି ଏହି ଲୋକପ୍ରିୟ ଗାୟିକା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଆମେରିକାର ପପ୍‌ ଗାୟିକା ବିୟୋନ୍ସ ୮୦ ହଜାର ମହୂମାଛି ନିଜ ଘରେ ପାଳିବାକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ନିଜେ ବାୟାନ୍ସେ ଏକ ସାକ୍ଷାତକାରରେ ଏକଥା କହିଛନ୍ତି। ଏହା ଜାଣିବା ପରେ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସାକ୍ଷାତକାରରେ ବିୟୋନ୍ସ କହିଛନ୍ତି ଯେ, ମୁଁ ଜାଣେ ଏହା ଅଦ୍ଭୁତ। କିନ୍ତୁ ମୋର ୨ଟି ମହୁମାଛି ବସା ରହିଛି। ମହୁମାଛିରୁ ଘରତିଆରି ମହୁ ତିଆରି ହୋଇଥାଏ। ମୋ ପାଖରେ ୮୦ ହଜାର ମହୁମାଛି ଅଛି। ଏହି ମହୁ ଦ୍ୱାରା ତାଙ୍କର ୨ ଝିଅ ଆଇଭି ଏବଂ ରୁମିଙ୍କର ବହୁତ ଉପକାର ହେଉଥିବା ସେ କହିଛନ୍ତି। କାରଣ ୨ ଝିଅଙ୍କର ଏକ ପ୍ରକାର ଆଲର୍ଜି ଅଛି। ମହୁ ଦ୍ୱାରା ସମସ୍ତ ପ୍ରକାର କ୍ଷତ ଭଲ ହୋଇଥାଏ ବୋଲି ସେ କହିଛନ୍ତି।

Share