ମହାକାଶକୁ ଯିବେ ବେଜୋସ୍‌

ଆମାଜନ୍‌ ପ୍ରତିଷ୍ଠାତା ତଥା ସ୍ପେସ୍‌ କମ୍ପାନୀ ବ୍ଲୁ ଅରିଜନ୍‌ର ମାଲିକ ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହାକାଶକୁ ଯିବେ। ବ୍ଲୁ ଅରିଜିନ୍‌ ଦ୍ୱାରା ପଠାଯାଉଥିବା ପ୍ରଥମ ମାନବ ମହାକାଶ ଯାନରେ ସେ ତାଙ୍କ ଭାଇ ମାର୍କଙ୍କ ସହ ସ୍ପେସ୍‌କୁ ଯିବେ ବୋଲି ଘୋଷଣା କରିଛନ୍ତି। ୫ ବର୍ଷର ହୋଇଥିବାବେଳେ ମହାକାଶକୁ ଯିବା ତାଙ୍କ ସ୍ବପ୍ନ ଥିଲା ବୋଲି ବେଜୋସ୍‌ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ମହାକାଶରେ ୧୦ ମିନିଟ୍‌ର ଏହି ଯାତ୍ରା ମଧ୍ୟରୁ ୪ ମିନିଟ୍‌ ସ୍ପେସ୍‌ ଫ୍ଲାଇଟ୍‌ରେ ଥିବା ଯାତ୍ରୀ କରମାନ ଲାଇନ୍‌ (ପୃଥିବୀର ବାୟୁମଣ୍ଡଳ ଏବଂ ମହାକାଶ ମଧ୍ୟରେ ଥିବା ସୀମାରେଖା) ଉପରେ ବିତାଇବେ। ବ୍ଲୁ ଅରିଜିନ୍‌ ପକ୍ଷରୁ ନିର୍ମିତ ସ୍ପେସ୍‌ ଫ୍ଲାଇଟ୍‌ରେ ୬ ଜଣ ଯାତ୍ରୀ ପୃଥିବୀ ଉପରୁ ପ୍ରାୟ ୧୦୦ କିମି ପର୍ଯ୍ୟନ୍ତ ସବ୍‌ଅର୍ବିଟାଲ ସ୍ପେସ୍‌କୁ ଯାଇପାରିବେ।

Share