୨୯ରେ ବିଜିୟୁର ୫ମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୭।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ)ର ୫ମ ବାର୍ଷିକ ଉତ୍ସବ ପାଳନ ହେବାକୁ ଯାଉଛି। ଏପରିକି ନଭେମ୍ବର ୨୯ରେ ବିଜିୟୁର ୫ମ ସମାବର୍ତ୍ତନ ଉତ୍ସବର ମଧ୍ୟ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଜିୟୁର ବିଭିନ୍ନ ବିଭାଗର ୩୧୦ଜଣ ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ବିଶେଷକରି ୨୦୩ ଜଣ ଅଣସ୍ନାତକ ଓ ୧୦୭ ଜଣ ସ୍ନାତକୋତ୍ତର ଛାତ୍ରୀଛାତ୍ର ଅଟନ୍ତି।
ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଲୋକ ସଭା ସଦସ୍ୟ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ା ସେହିଭଳି ୟୁନିଭର୍ସିଟି ଦ୍ୱାରା ପ୍ରଫେସର ସାମନ୍ତଙ୍କୁ ପ୍ରଥମ ଡକ୍ଟର ଅଫ୍‌ ଲେଟର (ହୋନରିସ୍‌ କୋଜା) ରେ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।
ଗତ ୬ ବର୍ଷର ସ୍ବଳ୍ପ ଅବଧି ମଧ୍ୟରେ ବିଜିୟୁ ପୂର୍ବ ଭାରତର ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଉତ୍କର୍ଷର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ବିଜିୟୁ ପାଇଁ ୨୦୨୨ ବର୍ଷ ସମସ୍ତ ଦୃଷ୍ଟିକୋଣରୁ ଗୁଣାତ୍ମକ ଓ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। କୋଭିଡ୍‌ ମହାମାରୀର ପ୍ରକୋପ ମଧ୍ୟରେ ମଧ୍ୟ ୟୁନିଭର୍ସିଟି ପକ୍ଷରୁ ଠିକ୍‌ ସମୟରେ ପାଠ୍ୟକ୍ରମ ସମାପ୍ତ କରାଯାଇଥିଲା ଏବଂ ପରୀକ୍ଷା ସମ୍ପନ୍ନ କରାଯାଇଥିଲା। ବିଜିୟୁର ଉଚିତ ଚୟନ ପ୍ରକ୍ରିୟା ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ ମେଧାବୀ ଛାତ୍ରୀଛାତ୍ରଙ୍କୁ ଚୟନ କରିବା ସହ ଅଭାବୀ ଛାତ୍ରୀଛାତ୍ରମାନଙ୍କୁ ବୃତ୍ତି ପ୍ରଦାନ କରି ପଢ଼ିବାର ସୁଯୋଗ ମଧ୍ୟ ପ୍ରଦାନ କରିଛି।
ସେହିପରି ଚଳିତ ଶିକ୍ଷାବର୍ଷରେ ବିଜିୟୁ ବ୍ୟାଚେଲର ଇନ୍‌ କମ୍ପ୍ୟୁଟର ଆପ୍ଲିକେଶନ, ମାଷ୍ଟର ଇନ୍‌ କମ୍ପ୍ୟୁଟର ଆପ୍ଲିକେଶନ, ମାଷ୍ଟର ଇନ୍‌ ଫାଇନାନ୍ସିଆଲ୍‌ ଇକୋନୋମିକ୍ସ୍‌, ପିଏଚ୍‌ଡି ଇନ୍‌ ମାସ୍‌କମ୍ୟୁନିକେଶନ୍‌, ଲ ଏବଂ ଇଂଲିଶ୍‌ ଆଦି ପାଠ୍ୟକ୍ରମର ଆରମ୍ଭ ସହ ୟୁନିଭର୍ସିଟିର ଫାକଲ୍ଟି ସଦସ୍ୟମାନଙ୍କର ନିଯୁ୍‌କ୍ତି ମଧ୍ୟ ବୃଦ୍ଧି ପାଇଛି। ଏପରିକି ନୂତନ ହଲ୍‌, ଲାବରେଟୋରି ଓ ଅନ୍ୟାନ୍ୟ ସୁବିଧା ସହ ବିଜିୟୁ ତା’ର ଭିତ୍ତିଭୂମିକୁ ମଧ୍ୟ ବିସ୍ତାର କରିପାରିଛି। ୨୦୨୩ ଶିକ୍ଷାବର୍ଷ ନିମନ୍ତେ ମଧ୍ୟ ବିଭିନ୍ନ ପାଠ୍ୟକ୍ରମ ପାଇଁ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri