୨୫ରେ ବିଜିୟୁର ୬ଷ୍ଠ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୪।୧୧ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି (ବିଜିୟୁ)ର ୬ଷ୍ଠ ସମାବର୍ତ୍ତନ ଉତ୍ସବ ୨୦୨୩ ନଭେମ୍ବର ୨୫ରେ ବିଶ୍ୱବିଦ୍ୟାଳୟର ଭୁବନେଶ୍ୱରସ୍ଥିତ ଗୋଠପାଟଣା କ୍ୟାମ୍ପସ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ସମାବର୍ତ୍ତନ ଉସତ୍ବରେ ୬୮ଜଣ ସ୍ନାତକୋତ୍ତର ଏବଂ ୧୩୪ ଜଣ ସ୍ନାତକ ଛାତ୍ରୀଛାତ୍ରଙ୍କୁ ମ୍ୟାନେଜମେଣ୍ଟ,କମ୍ୟୁନିକେଶନ,କମର୍ସ,ସୋସିଆଲ ସାଇନ୍ସ ଏବଂ ଲ ଭଳି ବିଭାଗର ଡିଗ୍ରୀ ପ୍ରଦାନ କରାଯିବ। ଏସ୍‌.ପି.ଶୁକ୍ଳା, କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଚିଫ୍‌ ବ୍ରାଣ୍ଡ୍‌ ଅଫିସର, ପ୍ରେସିଡେଣ୍ଟ, ଡିଫେନ୍ସ-ମହିନ୍ଦ୍ରା ଗ୍ରୁପ୍‌ ଏବଂ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବିଜିୟୁର ସମ୍ମାନଜନକ ଡି.ଲିଟ୍‌ ଉପାଧି ପ୍ରଦାନ କରାଯିବ। ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟିର ଅଧ୍ୟକ୍ଷା ଜୟଶ୍ରୀ ମୋହତା ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ବୋଲି ବିଜିୟୁ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ସମାବର୍ତ୍ତନ ଉତ୍ସବରେ ବୋର୍ଡ ଅଫ୍‌ ଗଭର୍ନାନ୍ସ ଏବଂ ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ସଦସ୍ୟ, ଫାକଲ୍ଟି,ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ମଧ୍ୟ ଉକ୍ତ ଉତ୍ସବରେ ସାମିଲ ହେବେ।
ସେହିପରି ୨୦୨୩ ଶିକ୍ଷା ବର୍ଷରେ ଅନୁଷ୍ଠାନ ଅନେକ ସଫଳତା ହାସଲ କରିଛି। ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ସାରା ଦେଶରେ ନିଜର ପାରଦର୍ଶିତାକୁ ଦର୍ଶାଇଛି। ଛାତ୍ରୀଛାତ୍ରମାନଙ୍କ ସଫଳତା ପାଇଁ ୟୁନିଭର୍ସିଟି ଗର୍ବିତ ବୋଲି କୁଳପତି ପ୍ରଫେସର ପି.ପି.ମାଥୁର କହିଛନ୍ତି। ପରିଶେଷରେ ରେଜିଷ୍ଟ୍ରାର ବି.କେ. ଦାସ ଏବଂ ପ୍ରଫେସର ଜ୍ଞାନରଞ୍ଜନ ମିଶ୍ର ଉପସ୍ଥିତ ଖବରଦାତାଙ୍କୁ ସମାବର୍ତ୍ତନ ଉତ୍ସବର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

Share