Categories: ଜାତୀୟ

‘ମୁଁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେକର୍ଡ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ପ୍ରିୟଙ୍କା ଟିବ୍ରଓ୍ବୋଲଙ୍କୁ ୫୮୦୦୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ପରାଜୟ ପରେ ଟିବ୍ରଓ୍ବୋଲ କହିଛନ୍ତି, ଏହି ମୁକାବିଲାରେ ମୁଁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିଜେତା, ମୋ ବୟସ ଏବେ ଛୋଟ ଆଗକୁ ମଧ୍ୟ ଏହି ଲଢେଇ ଜାରି ରହିବ। ସେ ଆହୁରି ମଧ୍ୟ କହିଛନ୍ତି ‘ମୁଁ ପରାଜୟ ସ୍ବୀକାର କରିଛନ୍ତି। ମମତା ୧ ଲକ୍ଷ ଭୋଟ ମାର୍ଜିନରେ ଜିତିବେ ବୋଲି ଚ୍ୟାଲେଞ୍ଜ କରିଥିଲେ। ଯେଉଁଥିରେ ସେ ସଫଳ ହୋଇନାହାନ୍ତି। ମନେ କରନ୍ତୁ ଏହା ଏକ ମ୍ୟାଚ୍‌ ଥିଲା। ଏହି ମ୍ୟାଚ୍‌ର ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ମୁଁ। ଏହା ମୁଁ ସାବ୍ୟସ୍ତ ମଧ୍ୟ କରିଛି। ପୂରା ସାହସର ସେ ସେହି ଗଡକୁ ଯାଇ ନିର୍ବାଚନ ଲଢିବା ବଡ କଥା ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି।

Share