Categories: ଜାତୀୟ

ନାମାଙ୍କନ ପତ୍ର ଦାଖଲ କଲେ ଟିବ୍ରେୱାଲ

କୋଲକାତା,୧୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ସୋମବାର ଭବନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଅଲିପୋରର ସର୍ଭେ ଭବନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ସହ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ, ଭାଜପା ଏମ୍‌ପି ଅର୍ଜୁନ ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ଟିବ୍ରେୱାଲ ନିର୍ବାଚନ ଲଢୁଛନ୍ତି। ୩୦ ସେପ୍ଟେମ୍ବରରେ ଭବାନୀପୁରରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ୨ ଅକ୍ଟୋବରରେ ଘୋଷଣା କରାଯିବ। କଂଗ୍ରେସ ଏହି ଉପ-ନିର୍ବାଚନରେ ଭାଗ ନେଉନାହିଁ।

Share