Categories: ଜାତୀୟ

ପ୍ରଚାରର ଶେଷ ଦିନରେ ଭାଜପା ନେତାଙ୍କ ଉପରେ ଆକ୍ରମଣ

କୋଲକତା,୨୭।୯: ପଶ୍ଚିମବଙ୍ଗର ହାଇ ପ୍ରୋଫାଇଲ ଆସନ ଭବନୀପୁରରେ ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନ। ଏହି ଆସନରେ ଟିଏମସିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀନ୍ତ୍‌ ଏବଂ ଭାଜପା ନେତ୍ରୀ ପ୍ରିୟଙ୍କା ଟିବ୍ରଓ୍ବୋଲଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି। ପ୍ରଚାରର ଶେଷ ଦିରେ ଶାସକ ତୃଣମୂଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ଭାଜପା ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳର ଷ୍ଟାର ପ୍ରଚାରକମାନେ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ସେପଟେ ପୂର୍ବତନ ଭାଜପା ରାଜ୍ୟ ସଭାପତି ତଥା ତାରକା ପ୍ରଚାରକ ଦିଲୀପ ଘୋଷଙ୍କୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ତୃଣମୂଳ କଂଗ୍ରେସ (ଟିଏମଏସି) କର୍ମୀଙ୍କ ହାତ ଥିବା ଭାଜପା ଅଭିଯୋଗ କରିଛି। ପ୍ରଚାରର ଶେଷ ଦିନରେ ଭାଜପା ଏବଂ ଟିଏମସି କର୍ମୀମାନେ ପରସ୍ପର ସହ ଝଗଡା କରିଥିଲେ। ଟିଏମଏସି କର୍ମୀମାନେ ମଧ୍ୟ ଦିଲୀପ ଘୋଷଙ୍କ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଦିଲୀପ ଘୋଷଙ୍କ ସୁରକ୍ଷା କର୍ମୀମାନେ ଟିଏମସି କର୍ମୀଙ୍କୁବନ୍ଧୁକ ଦେଖାଇଥିଲେ। ତେବେ ଉଭୟ ପକ୍ଷର କାର୍ଯ୍ୟକର୍ତ୍ତାମାନଙ୍କୁ ଶାନ୍ତ କରାଯାଇଥିଲା।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୩୦ ସେପ୍ଟେମ୍ବରରେ ଭବାନୀପୁର ସମେତ ତିନିଟି ଆସନରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବ।

 

Share