Categories: ଜାତୀୟ

ବିଜୟ ପରେ ବି ମମତା ଭୁଲି ନାହାନ୍ତି ପରାଜୟ ଦୁଃଖ: କହିଲେ, ପଶ୍ଚିମବଙ୍ଗବାସୀ ଦେଇଛନ୍ତି ଉଚିତ୍‌ ଜବାବ

କୋଲକାତା,୩।୧୦: ଭବାନୀପୁର ଆସନରେ ବିପୁଳ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। ସେ ଭାଜପା ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପାଖାପାଖି ୫୯ ହଜାର ଭୋଟ୍‌ରେ ହରାଇଛନ୍ତି। ଏହି ବିଜୟ ହାସଲ ପରେ ମମତା ତା ପୂର୍ବ ପରାଜୟକୁ ଭୁଲି ପାରିନାହାନ୍ତି। ଷଡଯନ୍ତ୍ର କରି ନନ୍ଦିଗ୍ରାମ ଆସନରେ ତାଙ୍କୁ ପରାସ୍ତ କରାଯାଇଥିଲା ବୋଲି କହିଛନ୍ତି ମମତା। କିନ୍ତୁ ଭବାନୀପୁର ଏବଂ ପଶ୍ଚିମବଙ୍ଗର ଜନତା ଏବେ ଏହାର ଜବାବ ଦେଇଛନ୍ତି ବୋଲି ମମତା କହିଛନ୍ତି। ଏହି ବିଜୟ ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି।
ସୂଚନା ମୁତାବକ ମମତା ବାନାର୍ଜୀ ଗତ ଦୁଇଟି ନିର୍ବାଚନ ତାଙ୍କ ଘରୋଇ ଆସନ ଭବାନୀପୁରରୁ ଜିତିଥିଲେ। କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ସେ ପରାଜିତ ହୋଇଥିଲେ।

Share