ଦୁଇ ଝିଅର ବାପାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ: ଏବେ ସାଜିଛନ୍ତି ‘ଗୋରୀ ମେମ୍‌’

ବମ୍ବେ: ବଡ ପରଦାରେ ନାଁ କମାଇବା ପରେ ଏବେ ଛୋଟ ପରଦା ମୋହରେ ଅଭିନେତ୍ରୀ ନେହା ପେନ୍‌ଡସେ। ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘର ପେ ହେ’ରେ ସେ ଗୋରି ମେମ୍‌ ଭୂମିକାରେ ଆସୁଛନ୍ତି ନଜର। ପୂର୍ବରୁ ଏହି ଭୂମିକା ନିର୍ବାହ କରୁଥିଲେ ସୋମ୍ୟା ଟଣ୍ଡନ। ହେଲେ ହଠାତ୍‌ ଶୋ’କୁ ଛାଡ଼ିବା ପରେ ନେହାଙ୍କୁ ମିଳିଛି ସୁଯୋଗ। ‘ମେ ଆଇ କମ୍‌ ଇନ୍‌ ମ୍ୟାଡାମ’ ଶୋ’ରେ କାମ କରିଥିଲେ ନେହା। ଏହା ତାଙ୍କୁ ବେଶ୍‌ ପ୍ରସିଦ୍ଧି ଦେଇଥିଲା। ହେଲେ ଓଜନ ଯୋଗୁ ତାଙ୍କୁ ଶୋ’ରୁ ବାହାର କରିଦିଆଯାଇଥିଲା।

ଅଭିନୟକୁ ଛାଡ଼ିଦେଲେ ନେହା ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଗତ ବର୍ଷ ଜାନୁୟାରୀ ୫ରେ ପ୍ରେମିକ ଶାର୍ଦ୍ଦୁଳ ସିଂହଙ୍କ ହାତ ଧରିଥିଲେ ସେ। ନେହା ହେଉଛନ୍ତି ଶାର୍ଦ୍ଦୁଳଙ୍କ ତୃତୀୟ ପତ୍ନୀ। ପୂର୍ବରୁ ବିବାହିତ ଶାର୍ଦ୍ଦୁଳଙ୍କ ଦୁଇଟି ଝିଅ ମଧ୍ୟ ଅଛନ୍ତି। ସେତେବେଳେ ଏହା ଜଣାପଡ଼ିବା ପରେ ଖୁବ୍‌ ଟ୍ରୋଲ ହୋଇଥିଲେ ନେହା। ହେଲେ ସେ ଏହାର ଦୃଢ଼ ଜବାବ ଦେଇଥିଲେ।

Share