ଟୋକିଓ,୨୮।୮: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ଭାବିନାବେନ ପଟେଲ। ଶନିବାର ଖେଳାଯାଇଥିବା ଟେବୁଲ ଟେନିସ ଇଭେଣ୍ଟର ସେମିଫାଇନାଲରେ ୩-୨ ବ୍ୟବଧାନରେ ଚାଇନାର ମିଆଓ ଝାଙ୍ଗଙ୍କୁ ହରାଇ ଭାବିନା ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ୩୪ ବର୍ଷୀୟା ଭାବିନା ।
ସେ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ବିଶ୍ୱର ୩ୟ ର଼୍ୟାଙ୍କଧାରୀ ଝାଙ୍ଗଙ୍କୁ ହରାଇ ଦେଇଛନ୍ତି। ତାଙ୍କୁ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଜିତିବା ପାଇଁ ୩୪ ମିନିଟ୍ ଲାଗିଥିଲା। ହ୍ବିଲିଚେୟାରରେ ବସି ଟେବୁଲ ଟେନିସ ଖେଳୁଥିବା ଭାବିନା ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ଚାଇନିଜ ଖେଳାଳି ୟିଙ୍ଗ ଝୋଉଙ୍କୁ ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଭେଟିବେ।