Categories: ଜାତୀୟ

ଚାଇନା ସହ ନା ରହିଛି ଯୁଦ୍ଧର ସ୍ଥିତି ନା ରହିଛି ଶାନ୍ତିର ସ୍ଥିତିି: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୯ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଉତ୍ତର ସୀମାରେ ଲାଗି ରହିଥିବା ଉତ୍ତେଜନା କମିବାର ନାଁ ନେଉନି । ଏହାକୁ ନେଇ ଭାରତୀୟ ବାୟୁସେନାର ମୁଖ୍ୟ ଆର୍‌କେଏସ୍ ଭଦୁରିଆ କହିଛନ୍ତି ଏବେ ପରିବେଶ ଓ ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ଏତେ ସହଜ ଲାଗୁନାହିଁ । ସେଠାରେ ନା ଯୁଦ୍ଧର ପରିସ୍ଥିତି ଅଛି ନା ଶାନ୍ତିର । ସେ କହିଛନ୍ତି ଚିନୁକ, ଆପାଚେ ଓ ଅନ୍ୟ ଯୁଦ୍ଧ ବିମାନ ମଧ୍ୟରେ ରାଫାଲ ବିମାନ ଆସିବା ପରେ ବାୟୁସେନାର ଶକ୍ତି ବୃଦ୍ଧି ହୋଇଛି । ଆମର ସୁରକ୍ଷାବଳ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ବାୟୁସେନା ଯେ କୌଣସି ଦୁଃସାହସର ଜବାବ ଦେବାକୁ ସଂକଳ୍ପବଦ୍ଧ । ଭବିଷ୍ୟତରେ ଯଦି କୌଣସି ସଂଘର୍ଷ ହୁଏ ତେବେ ଏହି ବିଜୟରେ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି ।

Share