ଆଜି ଭଦ୍ରକ, ବାଲେଶ୍ୱର ୬ ଘଣ୍ଟିଆ ବନ୍ଦ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୩୦।୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବିରେ ଶନିବାର ଭଦ୍ରକ ଓ ବାଲେଶ୍ୱର ଜିଲା ୬ ଘଣ୍ଟିଆ ବନ୍ଦ ପାଇଁ ଭାଜପା ପକ୍ଷରୁ ଡାକରା ଦିଆଯାଇଛି। ଶନିବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭଦ୍ରକ ବନ୍ଦ ରହିବ ବୋଲି ଜିଲା ଭାଜପା ସଭାପତି ହେମନ୍ତ ପାଢ଼ୀ ଓ ଦଳୀୟ ନେତା ବଦ୍ରି ନାରାୟଣ ଧଳ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମସ୍ତ ବ୍ଲକରେ ବନ୍ଦ ପାଳନ ହେବ ଏବଂ ସ୍କୁଲ, କଲେଜ, ସରକାରୀ ଅଫିସ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ। ଶୁକ୍ରବାର ସନ୍ଧ୍ୟାରେ ଏନେଇ ଏକ ଶୋଭାଯାତ୍ରା କରାଯାଇ ସହରବାସୀଙ୍କୁ ଅବଗତ କରାଯାଇଛି। ସେହିପରି ବାଲେଶ୍ୱରରେ ବନ୍ଦକୁ ସଫଳ କରିବା ଲାଗି ଜିଲାବାସୀ ସହଯୋଗ କରିବାକୁ ଜିଲା ସଭାପତି ଉମାକାନ୍ତ ମହାପାତ୍ର ଏକ ପ୍ରେସ୍‌ ବିବୃତି ମାଧ୍ୟମରେ ଜଣାଇଛନ୍ତି।

Share