ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ: ଶଙ୍ଖଭବନରେ ୨ ଗୋଷ୍ଠୀ ମୁହାଁମୁହିଁ, ବବି ବୁଝାଇ କହିଲେ….

ଭୁବନେଶ୍ୱର,୩୦।୯: ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ। ଗୋଷ୍ଠୀ କନ୍ଦଳ ପରେ ଶଙ୍ଖଭବନରେ ପହଞ୍ଚିଛନ୍ତି ଉଭୟ ଗୋଷ୍ଠୀ । ଭଦ୍ରକ ଜିଲା ସମୀକ୍ଷା ବୈଠକ ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।ଗୋଟିଏ ଗୋଷ୍ଠୀ ବୈଠକ ବର୍ଜନ କରଥିବା ବେଳେ କର୍ମୀଙ୍କୁ ବିଜେଡି ନେତା ବବି ଦାସ ବୁଝାଇଛନ୍ତି।ଘର ଭିତରେ ଏମିତି ହୁଏ, କୌଣସି ବିବାଦ ନାହିଁ କହି ବବି କହିଛନ୍ତି।

ଅନ୍ୟପକ୍ଷେ, ବିଜେଡି କଳି ଉଗ୍ର ରୂପ ନେବା ପରେ ବିଜେଡି ସୁପ୍ରିମୋ ଆକ୍ସନ ନେଇଛନ୍ତି। ଏନେଇ ୪ ଜଣଙ୍କୁ ନୋଟିସ ପଠାଯାଇଛି।

୨ ନେତା ଓ ୨ କର୍ପୋରେଟରଙ୍କୁ ସୋ-କଜ ନୋଟିସ ପଠାଯାଇଛି । ଅମରେଶ ଜେନା, ବିରଞ୍ଚି ମହାସୂପକାର, ବିବେକ ସ୍ବାଇଁ ଏବଂ ରାଜେଶ ପାତ୍ରଙ୍କୁ ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ନୋଟିସ ପଠାଯାଇଛି। ଏହି ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି ଜିଲା ସଭାପତି ସୁଶାନ୍ତ ରାଉତ। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଚିବ, ବିଜୁ ଯୁବ ଜନତା ଦଳର ସଭାପତିଙ୍କୁ ବି ନୋଟିସ। ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ।

ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟର ସୋମବାର ଗୋଟିଏ ବସରେ ସମସ୍ତେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଛନ୍ତି। ହେଲେ ଏମାନଙ୍କ ସହ ବିରଞ୍ଚି ଏବଂ ଅମରେଶ ଜେନାଙ୍କ ଗୋଷ୍ଠୀ ଯାଇ ନାହାନ୍ତି। ଶୁକ୍ରବାର ଗୋଟିଏ ପଟେ ବିଏମସି କର୍ପୋରେସନ ବୈଠକ ଚାଲିଥିବାବେଳେ ଅନ୍ୟପଟେ କର୍ପୋରେସନ ବୈଠକ ବସିଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି କର୍ପୋରେସନ ବୈଠକକୁ ବିଜେଡିର ପ୍ରାୟ ୪୦ ଜଣ କର୍ପୋରେଟର ଯାଇ ନ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ଏକ ସ୍ଥାନରେ ଏକାଠି ବସିଥିଲେ। ଏତେ ସଂଖ୍ୟାରେ କର୍ପେରେଟର ବିଏମ୍ସି ବେଠକକୁ ନ ଆସିବା ଏକ ବିଦ୍ରୋହର ସଂଙ୍କେତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ବିଏମସି କର୍ପୋରେସନ ବୈଠକରେ ଅଧାରୁ ଅଧିକ କର୍ପୋରେଟର ଯୋଗ ନଦେଇ ସମାନ୍ତରାଳ ଭାବେ ବେଠକ କରିବା ଦଳୀୟ କନ୍ଦଳ ଆଡ଼କୁ ଇସାରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର କାଫେରେ OSSSC ପରୀକ୍ଷା !

ଭୁବନେଶ୍ୱର,୩୦।୯: ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା...

ଶ୍ୱଶୁର ଘରକୁ ଆସି ଗାଧୋଇ ଯାଇଥିଲେ: କେନାଲରେ ଭାସି ପାଇପ୍‌ରେ ଫସିଲେ

କଣ୍ଟାବାଞ୍ଜି/ମୁରିବାହାଲ,୩୦।୧୦: ବଳାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଧୀନ ଅଏଁଲଭଟ୍ଟା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘର ଗାଁକୁ ଜ୍ୱାଇଁ ଆସି ସ୍ଥାନୀୟ...

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ବାଇକ୍: ନିଆଁରେ ଜଳି ଦୁଇ ମୃତ, ଅନ୍ୟଜଣେ ଆହତ

କୁଆଁରମୁଣ୍ଡା,୩୦/୦୯(ମହେନ୍ଦ୍ର କୁମାର ସାହୁ): ସୋମବାର ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବୋଗା ରୋଡ କୁଡ଼ପାନିଟୋଲି ବୁଲାଣି ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ:  ବାପାଙ୍କ ଠାରୁ ପୁଅ ଭିନେ ହୋଇଥିଲେ…

ଭିନେଭୁବନେଶ୍ୱର,୩୦।୯: ପଞ୍ଚାୟତିରାଜ ମନ୍ତ୍ରୀ ରବୀ ନାରାୟଣ  ନାୟକ  ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ  ବଡ଼ ବୟାନ  ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାପାଙ୍କ ଠାରୁ ପୁଅ...

ସୁଭଦ୍ରା ଟଙ୍କା ସହ ମିଳିବ ବଡ଼ ପୁରସ୍କାର, ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୩୦।୯: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଏଣିକି ସୁଭଦ୍ରା ଆବେଦନକାରୀଙ୍କୁ ଟଙ୍କା ସହ ପୁରସ୍କାର ମଧ୍ୟ ମିଳିବ। ଦ୍ୱିତୀୟ...

ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ, ଉପମୁଖ୍ୟମନ୍ତ୍ରୀ କହିଲେ, ବଦନାମ ହେଲୁଣୁ…

ଭୁବନେଶ୍ୱର,୩୦।୯: ମନ୍ତ୍ରୀଙ୍କୁ ଘାରିଲାଣିି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି...

ବଦଳିଲେ ଟୁଇନ ସିଟି କମିଶନର , ନୂତନ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂ

ଭୁବନେଶ୍ୱର,୩୦।୯: ପାର୍ବଣ ପୂର୍ବରୁ ବଦଳିଲେ ଟୁଇନ ସିଟି କମିଶନର । ୧୯୯୮ ବ୍ୟାଚ ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ନୂତନ କମିଶନର ଭାବେ ସୋମବାର...

ବିଜେଡିରେ ହଲଚଲ! ନବୀନଙ୍କ ବଡ଼ ଆକ୍ସନ…

ଭୁବନେଶ୍ୱର,୩୦।୯: ବିଜେଡି କଳି ଏବେ ତେଜିବାରେ ଲାଗିଛି। ବିଜେଡି କଳି ଉଗ୍ର ରୂପ ନେବା ପରେ ବିଜେଡି ସୁପ୍ରିମୋ ଆକ୍ସନ ନେଇଛନ୍ତି। ଏନେଇ ୪ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri