ଆଜି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୫।୧୨:ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଜିଲାରେ ମେଡିକାଲ କଲେଜ ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସୋମବାର ଭଦ୍ରକ ସହର ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ବନ୍ଦ ରହିବ। ଦୀର୍ଘଦିନ ଧରି ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ସରକାର ଏହି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଶ୍ୱବିଦ୍ୟାଳୟ ଘୋଷଣା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ସହର ବନ୍ଦ କରାଯିବା ନେଇ ଗତମାସ ୨୮ ତାରିଖରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଜିଲାବାସୀଙ୍କ ସ୍ବାର୍ଥ ପାଇଁ ଏହି ବନ୍ଦ ଡାକରା ଦିଆଯାଇଥିବା ଭଦ୍ରକ ବିଧାନସଭା କ୍ଷେତ୍ର କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି କହିଛନ୍ତି।

Share