ଭଦ୍ରକ ଅଫିସ,୧।୧୦-୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଧାକର ବାରିକ। ଏକ ସିକ୍ୟୁରିଟି ଏଜେନ୍ସିଠାରୁ ଲେବର ଲାଇସେନ୍ସ ନବୀକରଣ
ପାଇଁ ୧୩ ହଜାର ଦାବି କରିଥିଲେ ସୁଧାକର। କିନ୍ତୁ ଆଜି ୯ ହଜାର ଟଙ୍କା ଦେବା ପାଇଁ ସ୍ଥିର ହୋଇଥିଲା। ଏଜେନ୍ସି ପକ୍ଷରୁ ସହ ସତ୍ତ୍ୱାଧିକାରୀ ଅକ୍ଷୟ କୁମାର ଦାସଙ୍କଠାରୁ ଉକ୍ତ ଟଙ୍କା ନେବାବେଳେ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝରର ମିଳିତ ଭିଜିଲାନ୍ସ ଟିମ ଚଢାଉ କରି ସୁଧାକରଙ୍କୁ ଗିରଫ କରିଥିଲେ।