ସରିଲା ଭଦ୍ରକ ପ୍ରସିଦ୍ଧ କାଳୀପୂଜା: ବିଦାୟ ନେଲେ ମା’

ଭଦ୍ରକ ଅଫିସ,୭।୧୧ : ଭଦ୍ରକ ପ୍ରସିଦ୍ଧ କାଳୀପୂଜା ଆଜି ସରୁଛି । ପୂର୍ବରୁ ଦଶ ଦିନ ଧରି ପାଳିତ ହେଉଥିବା କାଳୀପୂଜା କରୋନା କଟକଣା ପାଇଁ ଏଥର ତିନି ଦିନରେ ଶେଷ କରାଯାଇଛି। ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା’ କାଳୀଙ୍କୁ ଆଜି ମେଲାଣି ଦିଆଯାଉଛି ।
ପ୍ରଶାସନର ନିୟମ ଅନୁଯାୟୀ, ପୂଜା କମିଟିଗୁଡିକ ମା’ଙ୍କୁ ବିସର୍ଜନ କରିଛନ୍ତି । ତେବେ ଭସାଣି ଶୋଭାଯାତ୍ରାରେ ସୀମିତ ସଂଖ୍ୟକ କର୍ମକର୍ତ୍ତାକୁ ନେଇ ଭସାଣି ଆୟୋଜିତ ହୋଇଛି । ମା’ କାଳୀଙ୍କୁ ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ଦିଆଯାଇଛି ।