ଭଦ୍ରକ ଅଫିସ,୨୨। ୮: ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କ ସମେତ ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଘରର ୪ ଜଣଙ୍କୁ କରୋନା ହୋଇଥିବା ଶନିବାର ଜଣାପଡିଛି। ଏ ନେଇ ଏମ୍ପି ଓ ପୂର୍ବତନ ବିଧାୟକ ଉଭୟେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଏମ୍ପିଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଜିତେନ୍ଦ୍ର ସାମଲ ଓ ଘରର ରୋଷେୟା ବାପି ନାଥ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ବାଇପାସ ସ୍ଥିତ ହୋମ ଆଇସୋଲେଶନରେ ରଖାଯାଇଛି।
ସୂଚନାଯୋଗ୍ୟ, ପରିବାରରୁ ୮ ଜଣଙ୍କ ପରୀକ୍ଷା ହୋଇଥିଲେହେଁ ତାଙ୍କ ପୁଅ, ଝିଅ ଓ ଅନ୍ୟ ଜଣେ ସୁରକ୍ଷାକର୍ମୀଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି।