Advertisement

ଭଦ୍ରକ ପୌରପାଳିକା, ଧାମନଗର ଏନ୍‌ଏସିରେ ଲକ୍‌ଡାଉନ କଟକଣା କଡ଼ାକଡ଼ି

ଭଦ୍ରକ ଅଫିସ, ୨୨।୭: ଭଦ୍ରକ ପୌରପାଳିକା ଓ ଧାମନଗର ଏନ୍‌ଏସି ଅଞ୍ଚଳରେ ବୁଧବାର ଠାରୁ ଲକ୍‌ଡାଉନ କଟକଣା କଡାକଡ଼ି କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମ ମୁତାବକ ଗ୍ରୋସରୀ, ପନିପରିବା, କ୍ଷୀର, ମାଛ, ମାଂସ, ଔଷଧ ଓ ଅତ୍ୟାବଶ୍ୟକ ଦୋକାନକୁ ବାଦ୍‌ ଦେଲେ ଅନ୍ୟ କୌଣସି ଦୋକାନ ଖୋଲା ଯିବ ନାହିଁ। ଅତ୍ୟାବଶ୍ୟକ ତାଲିକାରେ ଥିବା ଦୋକାନଗୁଡିକ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି। ଏଥିରେ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି କଟକଣା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏ ନେଇ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ମଙ୍ଗଳବାର ରାତିରେ ନୋଟିସ ଜାରି କରିଛନ୍ତି। ବୁଧବାର ସକାଳୁ ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଏହି କଟକଣା ପ୍ରଚାର କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share