ଭଦ୍ରକ ରାଜନୀତିରେ ହଲଚଲ: ପଦ୍ମ ଧରିବେ ରାଜୁ ଦାସ

୨୦୨୪ ସାଧାରଣ ନର୍ବାଚନକୁ ନେଇ ରାଜନୀତି ଏବେ ସରଗରମ। ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଏହାରି ଭିତରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି । ଭଦ୍ରକ ରାଜନୀତିରୁ ଏକ ବଡ଼ ଖବର ଆସି ପହଞ୍ଚିଛି। ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଭାଜପାରେ ଯୋଗ ଦେବେ ବୋଲି ଜଣାଯାଇଛି ।

ଆସନ୍ତା ୪ ତାରିଖରେ ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହେବେ ରାଜେନ୍ଦ୍ର(ରାଜୁ ଦାସ) । ଏହାପୂର୍ବରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଧାମନଗର ଉପ-ନିର୍ବାଚନରେ ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ ରାଜୁ ଦାସ।

Share